ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ଗ୍ରାମର ସ୍ୱର୍ଗତ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ଧର୍ମପତ୍ନୀ ସାବିତ୍ରୀ ମହାନ୍ତିଙ୍କ ୬୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ, ମେଳାପୀ ମହିଳାଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ସାମାଜିକ କର୍ମୀ ସୁଧାଶୁଂ ଦକ୍ଷିଣରାୟ, ରମେଶ ଚନ୍ଦ୍ର ନାୟକ, ରବିନ୍ଦ୍ର ରାଉତ, ନୃସିହଂ ନାଥ ସିଂହ, ହେମନ୍ତ କୁମାର ସିଂହଙ୍କ ସମେତ ଅନେକ ମାନ୍ୟଗଣ୍ୟ ଲୋକ ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ନିଜ ବାଡିରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ସୁରେନ୍ଦ୍ର ମୁଖାଗ୍ନି ଦେଇଥିବାବେଳେ ପୁଅ ବାସୁଦେବ, ମନ୍ମଥ, ଗୋପାଳକୃଷ୍ଣଙ୍କ ସମେତ ସମସ୍ତ ପରିବାର ସଦସ୍ୟ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ