ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ଗ୍ରାମର ସ୍ୱର୍ଗତ କାହ୍ନୁ ଚରଣ ସାହୁଙ୍କ ଧର୍ମପତ୍ନୀ ରୁକ୍ମଣୀ ସାହୁଙ୍କ ଗତ ବୁଧବାର ଦିନ ୯୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ତଥା ଭଗବତ ପ୍ରେମୀ ମହିଳା ଭାବେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ପୁଅ ତଥା ଅବସରପ୍ରାପ୍ତ ଉପଜିଲ୍ଲାପାଳ ଗୋବିନ୍ଦ ଚନ୍ଦ୍ର ସାହୁ, ଜୟନାରାୟଣ ସାହୁ, ସନାତନ ସାହୁ, ଝିଅ ବୁଲି, ବାସନ୍ତୀ, ରତ୍ନମଣୀ, ସସନି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ମାୟାଧର ସାହୁ, ହରେକୃଷ୍ଣ ସାହୁ, ତ୍ରୀଲୋଚନ ସାହୁ, ଗିରୀଧାରୀ ସାହୁ, ବାମଦେବ ସାହୁ, ଗୋପୀନାଥ ସାହୁ, ଦୈତାରୀ ସାହୁ, ବନମାଳୀ ସାହୁ, ରାମଚନ୍ଦ୍ର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଜୟନାରାୟଣ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ