ଧର୍ମପରାୟଣ ମହିଳାଙ୍କ ପରଲୋକ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ବାଂଶ ପଂଚାୟତ ଚାନ୍ଦପୁରା ଗ୍ରାମର ତଥା ନିଖିଳ ଉତ୍କଳ ଗୋଛାୟତ ସେବା ସଂଘର ସଭାପତି ଭ୍ରମରବର ଗୋଛାୟତଙ୍କ ଖୁଡି ସୁକୁମାରୀ ଗୋଛାୟତ(୯୫)ଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ ଧର୍ମପରାୟଣ,ପରୋପକାରୀ ମହିଳା ଥିଲେ । ତାଙ୍କ ବିୟୋଗରେ ଗ୍ରାମ ଓ ଆତ୍ମୀୟସ୍ୱଜନ ସହିତ ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ସଂପାଦକ ଅଶୋକ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡପୁଅ ବିଦ୍ୟାଧର ମୁଖାଗ୍ନୀ ଦେଇଥିଲେ ।