ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହର ଉପକଣ୍ଠ କରଞ୍ଜିଆ ଗ୍ରାମର ଧର୍ମପ୍ରାଣା ମହିଳା ସ୍ୱର୍ଗତ ସତ୍ୟନାରାୟଣ ଦାସଙ୍କ ଧର୍ମପତ୍ନୀ ପ୍ରତିଭା ଦାସଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ବୟାସାଧିକ ବ୍ୟାଧିରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୪ଟା ୩୦ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁତ୍ର ପ୍ରଦୀପ ଦାସ ଓ କିଶୋର ଦାସଙ୍କ ସମେତ ଦୁଇବୋହୂ ଏବଂ ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ଜଣେ ଧର୍ମପ୍ରାଣା, ଦରଦୀ, ପରୋପକାରୀ ମହିଳାଙ୍କ ବିୟୋଗରେ କରଞ୍ଜିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ