ଧାମନଗର ବିଦ୍ୟୁତ ବିଭାଗ ଦ୍ଵାରା ସୁରକ୍ଷା ଓ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧମାନଗର, (ସନ୍ତୋଷ କୁମାର ପ୍ରଧାନ) : ଗୁରୁବାର ଧାମନଗର ବିଦ୍ୟୁତ ବିଭାଗ ଦ୍ଵାରା ସୁରକ୍ଷା ଓ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଟା ପାୱାରର କର୍ମଚାରୀ ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଚେତନା କାର୍ଯ୍ୟରେ ଧାମନଗର ଟାଟା ପାୱାର ଏସଡ଼ିଓ ଦିଲ୍ଲୀପ ଜେନା, ଜେଇ ଶ୍ୱାସତ ନନ୍ଦି, ଜିତେନ୍ଦ୍ର ଜେନା, ପାର୍ଥସାରଥୀ ସାହୁ ପ୍ରମୁଖ କର୍ମଚାରଙ୍କ ସୁରକ୍ଷା, ଜନସାଧରଣଙ୍କର ସୁରକ୍ଷା, ବିଦ୍ୟୁତ ଚୋରି କରବା ଏକ ଦଣ୍ଡନୀୟ ଅପରାଧ ସମ୍ଭନ୍ଧୀୟ ବିଭିନ୍ନ ସ୍ଲୁଗାନ ଦେଇ ଧାମନଗର ବିଦ୍ୟୁତ ବିଭାଗ ଅଫିସ ଠାରୁ ଏକ ସୁଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ଶେଷରେ ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ସାମଲ, ଅଭିଜିତ ଖୁଣ୍ଟିଆ, ପ୍ରିୟରଞ୍ଜନ ଜେନା, ଅରୁପ ରଞ୍ଜନ ମଲ୍ଲିକଙ୍କ ସହ ସମସ୍ତ କର୍ମଚାରୀ ଭାଗନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ