ଧୋନିଙ୍କୁ ସମ୍ମାନିତ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ତା’ର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଚଳିତ ବର୍ଷ ଅଷ୍ଟ୍ରେଲିଆ ଯିବ। ଏହି ପ୍ରତୀକ୍ଷିତ ଶୃଙ୍ଖଳା ଲାଗି ଦଳ ଘୋଷଣା କରିବାର ଦୁଇ ଦିନ ପରେ ବିସିସିଆଇ ଧୋନିଙ୍କୁ ନିଜ ଟ୍ବିଟର ପୃଷ୍ଠାର କଭର ପେଜ୍‌ରେ ସ୍ଥାନ ଦେଇ ଭାରତୀୟ କ୍ରିକେଟ୍ ପାଇଁ ତାଙ୍କ ଅତୁଳନୀୟ ଅବଦାନ ଲାଗି ସମ୍ମାନିତ କରିଥିଲା। ପୋଷ୍ଟର ଉପରେ ‘ଧନ୍ୟବାଦ ଧୋନି’ ଲେଖା ଯାଇଥିଲା। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏବଂ ସଂପ୍ରତି ବିସିସିଆଇ ସଭାପତି ପଦରେ ଥିବା ପ୍ରିନ୍ସ ଅଫ୍ କୋଲକାତା ସୌରଭ ଗାଙ୍ଗୁଲି ମଧ୍ୟ ଧୋନିଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ଗାଙ୍ଗୁଲି ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଲେଖିଥିଲେ ଯେ ଏକ ଯୁଗର ଅବସାନ ହେଲା, ଧୋନିଙ୍କ ଅସାଧାରଣ ନେତୃତ୍ବ ଶୈଳୀ ଓ ଦକ୍ଷତା, ବି‌ଶେଷ କରି ସୀମିତ ଓଭର କ୍ରିକେଟ୍‌ରେ ଅତୁଳନୀୟ। ଏହାର ସମକକ୍ଷ ହେବା ଅତ୍ୟନ୍ତ କଷ୍ଟକର। ଖେଳ ଜୀବନର ପ୍ରାରମ୍ଭରେ ଧୋନି ଦିନିକିଆ କ୍ରିକେଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ୱିକେଟ୍‌ ରକ୍ଷକଙ୍କ ମାନର ସ୍ତର ମଧ୍ୟ ସେ ଯଥେଷ୍ଟ ମାତ୍ରାରେ ବଢ଼ାଇଥିଲେ। ସୂଚନାଯୋଗ୍ୟ ଯେ ଧୋନି ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ