ନଦୀକୁ ଖସିଲା ବସ୍‌ : ୨୫ ମୃତ

ଜୟପୁର : ରାଜସ୍ଥାନରେ ଏକ ବସ୍‌ ନଦୀକୁ ଖସି ପଡିବାରୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ବୁଧବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ବୁଧବାର ସକାଳ ୯ଟା ସମୟରେ କୋଟା-ଦଉସା ରାଜପଥ ନିକଟରେ ଏହି ଘଟଣା ଘଟିଛି । ବ୍ରିଜ୍‌ ଅତିକ୍ରମ କରୁଥିବା ସମୟରେ ବସ୍‌ର ଚକା ହୁଗୁଳି ଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । କୋଟାରୁ ସଓ୍ବାଇ ମାଧୋପୁର ଯାଉଥିବା ବସ୍‌ଟି ପାପ୍‌ଡି ବ୍ରିଜ୍‌ ଉପରେ ଭାରସାମ୍ୟ ହରାଇବାରୁ ମେଜ ନଦୀରେ ଖସି ପଡିଥିଲା । ଏହି ଘଟଣାରେ ନାଗପୁର ବିଧାୟକ ହନୁମାନ ବେନିଓ୍ବାଲ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣା ପାଇଁ ଟ୍ବିଟ୍ଟର ଜରିଆରେ ଗେହଲଟ ଶୋକ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ୧୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ହସ୍ପିଟାଲରେ ଅନ୍ୟମାନଙ୍କର ପ୍ରାଣହାନି ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ