ନବୀନ ବାବୁଙ୍କ ଜନ୍ମଦିନରେ ୪୦ରୁ ଉର୍ଦ୍ଧ ବିଜେଡିରେ ସାମିଲ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ୭୫ତମ ଜନ୍ମଦିନ ଅବସରରେ ହାଟଡିହି ବିଜୁଜନତାଦଳ କାର୍ଯ୍ୟାଳୟ ଠାରେ ୪୦ରୁ ଉର୍ଦ୍ଧ ଭିନ୍ନ ଦଳର କର୍ମୀ ମାନେ ବିଜେଡିରେ ସାମିଲ ହୋଇଛନ୍ତି । ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ବିଜେଡିରେ ସାମିଲ ହୋଇଥିବା ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମର ୪୦ରୁ ଉର୍ଦ୍ଧ ଯୁବକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିବା ସହିତ ସଂଗଠନକୁ ଦୃଢ଼ିଭୁକ୍ତ କରିବା ସହିତ ଗ୍ରାମ ତଥା ଅଞ୍ଚଳର ବିକାଶରେ ସେମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଡିମିରିଆ ଗ୍ରାମର ଧର୍ମେନ୍ଦ୍ର ପ୍ରଧାନ, ଶିଶିର ପାତ୍ର, ଟୁକୁ ପ୍ରଧାନ, ସୌମ୍ୟ ରଞ୍ଜନ ଖୁଣ୍ଟିଆ, ସନାତନ ପଲେଇ, ଶିବଶମ୍ଭୁ ପରିଡା, ସୁଶାନ୍ତ କୁମାର ରାଉଳ, ଟୁଟୁ ପ୍ରଧାନ, ବିଜୟ ପ୍ରଧାନ, ପିତବାସ ପ୍ରଧାନ, ଜଗନ୍ନାଥ ରାଉଳ, ରାମକୃଷ୍ଣ ପ୍ରଧାନ, ଭରତ ପ୍ରଧାନ, ଟୁଟନ ବେହେରା, ମାନସ ଜେନା, ବିଷ୍ଣୁ ମୋହନ ବାରିକଙ୍କ ସମେତ ୪୦ରୁ ଉର୍ଦ୍ଧ ଭିନ୍ନ ଭିନ୍ନ ଦଳର କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସେଠୀ ହାଟଡିହି ପଞ୍ଚାୟତର ୧୫ଜଣ ଗରିବ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ବିଜୟ କୁମାର ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ଚିତ୍ତରଞ୍ଜନ ପାତ୍ର, ତାରିଣୀ ପ୍ରସାଦ ସେନାପତି, ବିରେନ୍ଦ୍ର କୁମାର ବିଶ୍ୱାଳ, ଶିଶିର କୁମାର ବେହେରା, ଗୌରାଙ୍ଗ ରଣା, ବୈଦ୍ୟନାଥ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ