ନାଉଗାଁ ଥାନା ଏସଆଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ଥାନାରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ସବ ଇନ୍ସପେକ୍ଟର ପ୍ରତାପ କୁମାର ଦାଶଙ୍କୁ ଜଗତସିଂହପୁର ଥାନାକୁ ସ୍ଥାନାନ୍ତରିତ କରାଯାଇଛି । ଶ୍ରୀ ଦାଶ ଜଣେ କର୍ତବ୍ୟନିଷ୍ଠ, ସଚ୍ଚୋଟ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ତାଙ୍କ କାର୍ଯ୍ୟ ଦକ୍ଷତା ହେତୁ ସମଗ୍ର ନାଉଗାଁ ଅଂଚଳରେ ପ୍ରୀୟଭାଜନ ହୋଇପାରିଛନ୍ତି । ନାଉଗାଁ ଛାତ୍ର ବିଜେଡି ଓ ସମାଜସେବୀମାନଙ୍କ ପକ୍ଷରୁ ଶ୍ରୀ ଦାଶଙ୍କୁ ରବିବାର ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଉପସଭାପତି ଆଲୋକ ରଂଜନ ମହାନ୍ତି, ସାଧାରଣ ସଂପାଦକ ପୃଥୀରାଜ ମହାନ୍ତି,ବ୍ଳକ ଛାତ୍ର ସଭାପତି ଲୋକନାଥ ଦାସ, ବ୍ଳକ ଛାତ୍ର ଉପସଭାପତି ଦିବ୍ୟରଂଜନ ନାୟକ, ସମାଜସେବୀ ସ୍ୱରାଜ ପରିଜା, ପପିନ୍ଦ୍ର ଲେଙ୍କା ପ୍ରମୂଖ ଉପସ୍ଥିତ ଥିଲେ ।