ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଦେବସ୍ନାନ ପୂର୍ଣ୍ଣୀମା ପାଳିତ

ନାଉଗାଁ, : ପବିତ୍ର ସ୍ନାନ ପୂର୍ଣ୍ଣୀମା ଅବସରରେ ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଦେବସ୍ନାନ ପୂର୍ଣ୍ଣୀମା ଶୁକ୍ରବାର ପାଳିତ ହୋଇଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ସାମାଜିକ ଦୁରତ୍ୱ ରକ୍ଷା କରାଯିବ ସହ ନିରାଡମ୍ବର ଭାବରେ ଏହି ପୂର୍ଣ୍ଣୀମା ବିଭିନ୍ନ ମନ୍ଦିରରେ ପାଳନ କରାଯାଇଛି । କେବଳ ଶ୍ରୀ ଜିୟୁ ମାନଙ୍କ ପୂଜକଙ୍କ ବ୍ୟତିତ ଶ୍ରଦ୍ଧାଳୁ ମାନଙ୍କୁ ଯିବା ପାଇଁ ବାରଣ କରାଯାଇଥିଲା । ଏହି ଅବସରରେ ଗାରୋଇ ଗୋବର୍ଦ୍ଧନ ପୀଠ, ଅଲଣା ଧର୍ମକ୍ଷେତ୍ର, ଗୋଠଦା ମଠ,ତିହୁୁଡା-ବାଲିସାହିସ୍ଥିତ ଶ୍ରୀ ପତିତପାବନ ମନ୍ଦିର,ଚାନ୍ଦଖାଁ ପାଟଣାମଠସ୍ଥିତ ଶ୍ରୀ ବଳଦେବ ଜିୟୁ ମନ୍ଦିର, ମଝିପଡାସ୍ଥିତ ପତିତପାବନ ପୀଠରେ ରୀତିନୀତି ଅନୁସାରେ ଶ୍ରୀ ଜିୟୁ ମାନଙ୍କର ପୂଜାର୍ଚ୍ଚନା କରାଯାଇ ସ୍ନାନ ମଣ୍ଡପକୁ ଅଣାଯାଇଥିଲା ।ସେଠାରେ ବ୍ରାହ୍ମଣ ମନ୍ତ୍ର ଧ୍ୱନିରେ ମହାପ୍ରଭୁ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ଏହି ସମୟରେ ସ୍ନାନ ମଣ୍ଡପ ନିକଟରେ ହରିବୋଲ, ହୁଳାହୁଳି ଧ୍ୱନୀ ସହିତ ନାମ ସଂକୀର୍ତନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ