ନାବାଳିକାଙ୍କ ମିଳୁନି ପତ୍ତା, ଚିନ୍ତାରେ ପରିବାର

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଝିଅ ଆଜକୁ ପ୍ରାୟ ୨୦ ଦିନ ହେବ ନିଖୋଜ ଅଛି l ଯାହାକି ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି l ପରିବାର ଲୋକ ମାନେ ବନ୍ଧୁ, ସମ୍ପର୍କୀୟ ଏବଂ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ସୁଦ୍ଧା ନାବାଳିକା ଝିଅର ପତ୍ତା ମିଳିପାରିନି l ଶେଷରେ ପରିବାର ଲୋକ ଗତ ଜୁନ ୨୩ ମଙ୍ଗଳବାର ନନ୍ଦିପଦା ଥାନାରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ସହ ନାବାଳିକା ଝିଅକୁ ଉଦ୍ଧାର ପାଇଁ ପୋଲିସକୁ ନିବେଦନ କରିଛନ୍ତି l ପୋଲିସ ମାମଲା ନଂ ୨୬୯/୨୦୨୬ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି l ତେବେ ଅଭିଯୋଗରୁ ଜଣାଯାଇଛି ଯେ ଗତ ଜୁନ ୧୬ ତାରିଖ ଶେଷ ରଜ ଦିନ ରଜଦୋଳି ଖେଳିବାକୁ ଘରୁ ବାହାରକୁ ଯାଇଥିଲା l କିନ୍ତୁ ଆଉ ଘରକୁ ଫେରିନଥିଲା l ପରିବାର ଲୋକ ନାବାଳିକା ଝିଅକୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ନାବାଳିକାଙ୍କୁ ଖୋଜା ଚାଲିଛି l ଉଦ୍ଧାର ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ