କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ; ସ୍ୱାବଲମ୍ବୀ ହେଲେ ଦିବ୍ୟାଙ୍ଗ

 କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦିବ୍ୟାଙ୍ଗମାନେ କିପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସର୍ବଦା ଯଥାସାଧ୍ୟ ପ୍ରୟାସ କରିଆସୁଛନ୍ତି। ଭୁବନେଶ୍ୱର ଉପକଣ୍ଠ ଭରତପୁରସ୍ଥିତ ଇଣ୍ଡିଆ ଚାରିଟେବଲ୍‍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଦିବ୍ୟାଙ୍ଗ ଅନୁଷ୍ଠାନକୁ ଶ୍ରୀ ସାମନ୍ତ କିସ୍‍ ଫାଉଣ୍ଡେସନ୍‍ ଜରିଆରେ ଦୀର୍ଘ ୫ବର୍ଷ ହେଲା ସମୟକୁ ସମୟ ସାହାଯ୍ୟ କରିଆସୁଛନ୍ତି। ଏଠାରେ ରହୁଥିବା ଦିବ୍ୟାଙ୍ଗ ଯୁବକ ଯୁବତୀମାନେ ସ୍ୱାବଲମ୍ବୀ ହେବା ନିମନ୍ତେ ଶ୍ରୀ ସାମନ୍ତଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିବାରୁ ସେମାନଙ୍କୁ ବିଭିନ୍ନ ସମୟରେ ଶ୍ରୀ ସାମନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି।କରୋନା ମହାମାରୀ ସମୟରେ ଶ୍ରୀ ସାମନ୍ତ ସେମାନଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏଥିରେ ଦିବ୍ୟାଙ୍ଗ ଯୁବକଯୁବତୀମାନେ ସିଲେଇ ମେସିନ୍‍, ଧୂପକାଠି, ଫିନାଇଲ୍‍ ପ୍ରସ୍ତୁତ ମେସିନ୍‍ ଓ ଆବଶ୍ୟକ କଞ୍ଚାମାଲ୍‍ କିଣିଥିଲେ। ସେମାନେ ଏବେ ଫିନାଇଲ ଓ ଧୂପକାଠି ଆଦି ପ୍ରସ୍ତୁତ କରିବା ସହ ସେଗୁଡ଼ିକ ବଜାରରେ ବିକ୍ରିକରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଶୁକ୍ରବାର ଇଣ୍ଡିଆ ଚାରିଟେବଲ୍‍ ଟ୍ରଷ୍ଟର ଦିବ୍ୟାଙ୍ଗ ଯୁବକ ଯୁବତୀମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଶ୍ରୀ ସାମନ୍ତଙ୍କୁ ଦେଖାଇଥିଲେ। ଦିବ୍ୟାଙ୍ଗ ଯୁବକଯୁବତୀଙ୍କ ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରିବା ସହ ଆଗକୁ ସେମାନେ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାଦାୟୀ ହେବେ ବୋଲି ଶ୍ରୀ ସାମନ୍ତ ପ୍ରକଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ