ନିଃଶୁକ୍ଳ ଚକ୍ଷୁଚିକିତ୍ସା ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ସ୍ଥାନୀୟ ଜୟଦେବ ବିହାର ସ୍ଥିତ ଶ୍ରୀରାମେଶ୍ବର ମନ୍ଦିର ନିକଟସ୍ଥ କମ୍ୟୁନିଟି ହଲ ଠାରେ ଏକ ନିଃଶୁକ୍ଳ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇ ଯାଇଛି.ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ ଧନେଶ୍ୱର ପ୍ରଧାନ ଙ୍କ ଦ୍ୱାରା ଉକ୍ତ ଶିବିର ରେ ସାଧାରଣ ବ୍ୟକ୍ତି ବିଶେଷ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା.ଜୟଦେବ ବିହାର ସାଂସ୍କୃତିକ ଉନୟନ ପରିଷଦ ପକ୍ଷରୁ ଉକ୍ତ ଶିବିରରେ ପ୍ରାୟ 65 ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା.ଅନୁଷ୍ଠାନ ର ସଭାପତି ମନୋରଞ୍ଜନ ମିଶ୍ର ଙ୍କ ସହିତ ପରିଷଦ ର ସଭ୍ୟ,ସଭ୍ୟା ଉକ୍ତ କାର୍ଯ୍ୟକ୍ରମ ଟିକୁ ସୁପରିଚାଳନା କରିଥିଲେ ବୋଲି ସରୋଜିନୀ ମିଶ୍ର ଜଣାଇଛନ୍ତି.


