ନିଆଁରେ ପୋଡି ହୋଇ ମହିଳା ଗୁରୁତର
ଘଟଗାଁ, (ୱାଇଏନ୍ଏସ୍): କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାଠବାରୀ ଗ୍ରାମରେ ଆଜି ସକାଲୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାଠବାରୀ ଗ୍ରାମର ହେମଲତା ନାଏକ(୬୦) ଧାନ ସିଝଉ ଥିବା ସମୟରେ କୌଣସି ଭୁଲ ବସତଃ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଖବର ଅନୁସାରେ ହେମଲତା ଆଜି ସକାଳୁ ପ୍ରାୟ ୭ଘଟିକା ସମୟରେ ତାଙ୍କ ନିଜ ଘର ବାହରେ ନଡିଆ ବାହାଙ୍ଗା ସାହାର୍ଯ୍ୟରେ ଧାନ ସିଝାଉ ଥିଲେ । ଠିକ୍ ସେହି ସମୟରେ କୌଣସି ଭୁଲ ବସତଃ ନିଆଁ ପ୍ରଥମେ ତାଙ୍କ ସାଢିରେ ଲାଗିଯାଇଥିଲା । ଦେହରେ ନିଆଁ ଲାଗିଯିବାରୁ ଚିତ୍କାର କରିଥିଲେ ହେମଲତା । ଯାହାଫଳରେ ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ତାଙ୍କ ଘରକୁ ଆସି ତାଙ୍କୁ ନିଆଁ କବଳରୁ ଉଦ୍ଧାର କରିଥିଲେ । ତତ୍ପରେ ଗାଁ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ନିକଟସ୍ଥ ତୋରାଣିପୋଖରୀ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚିଥିଲା । ସଙ୍ଗେ ସଙ୍ଗେ ହେମଲତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ହେମଲତାଙ୍କ ଦେହ ୯୦% ଜଳିଯାଇଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି ।


