ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ନୂତନ ଭାରପ୍ରାପ୍ତ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ଆଚାର୍ଯ୍ୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରୀ କମିଟିର ଏକ ଜରୁରୀକାଳୀନ ବୈଠକ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବେଠକରେ ଭାରପ୍ରାପ୍ତ ସାଧାରଣ ସମ୍ପାଦକ ଭାବରେ ସୁବାସ ଚନ୍ଦ୍ର ଆଚାର୍ଯ୍ୟ ବହୁମତରେ ନନୋନୀତ ହୋଇଛନ୍ତି । ରାଜ୍ୟ ସଂଘର ପ୍ରାକ୍ତନ ଭାରପ୍ରାପ୍ତ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ତଥା ସଂଘୀୟ ମର୍ଯ୍ୟାଦା ହାନିକାରକ କାର୍ଯ୍ୟରେ ଲିପ୍ତ ରହୁଥିବା କାରଣରୁ ରାଜ୍ୟ କାର୍ଯ୍ୟକାରୀ କମିଟିର ୪୧ ସଦସ୍ୟଙ୍କ ମଧ୍ୟରରୁ ୨୫ଜଣ ସସଦ୍ୟଙ୍କ ବହୁମତ ଆଧାରରେ ଭାରପ୍ରାପ୍ତ ସାଧାରଣ ସମ୍ପାଦକ ଦାୟିତ୍ୱରୁ ସୁକାନ୍ତ କୁମାର ବେହେରାଙ୍କୁ ବହିଷ୍କାର କରାଯାଇ ସଂଘର ଦ୍ୱିତୀୟ ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଭାରପ୍ରାପ୍ତ ସାଧାରଣ ସମ୍ପାଦକ ଦାୟିତ୍ୱ ଅର୍ପଣ କରାଯାଇଛି । ଏଥିସହିତ ରାଜ୍ୟ ସଂଘ ସଭାପତି ଜଗବନ୍ଧୁ ଜେନାଙ୍କ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ତଥା ସ୍ୱେଚ୍ଛାଚାରୀ କାର୍ଯ୍ୟଧାରାକୁ ନାପସନ୍ଦ କରି ରାଜ୍ୟ କାର୍ଯ୍ୟକାରୀ କମିଟି ତାଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଗ୍ରହଣ କରିଛନ୍ତି । ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ଏହି ଗଣତାନ୍ତ୍ରିକ ନିଷ୍ପତ୍ତି ସମ୍ପର୍କରେ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନ, ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ, ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିିଳିତ ମଞ୍ଚ, ବିଭାଗୀୟ ଅଧିକାରୀବୃନ୍ଦ ଓ ଇଣ୍ଡିଆନ ବ୍ୟାଙ୍କ ମଙ୍ଗଳାବାଗ ଶାଖାଙ୍କୁ ଅବଗତ କରାଯାଇଥିବା ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି (୧) ଭାଗ୍ୟଧର ପ୍ରଧାନ ଓ ଭାରପ୍ରାପ୍ତ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ଆଚାର୍ଯ୍ୟ ଏକ ମିିଳିତ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।


