ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ନିଖିଳ ଉତ୍କଳ ୪ ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଛତ୍ରପୁର ସ୍ଥିତ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଛତ୍ରପୁର ଉପଖଣ୍ଡ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଦୟାସିନ୍ଧୁ ପରିଡା ଓ ସମ୍ମାନିତ ଅତିଥି ଭାବେ ରୂପକେଶରୀ ଦଳାଇ ଯୋଗଦେଇ ସଂଘର ଉୋରର ଉନ୍ନତି ହେବା ସହିତ ସଂଘର ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ । ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ରାଜ୍ୟ ସଭାପତି ସୁବଳ କିଶୋର ମହାନ୍ତି, ସାଧାରଣ ସଂପାଦକ ପ୍ରଫୁଲ ଚନ୍ଦ୍ର ସିଂ, ପରାମର୍ଶଦାତା ଶଶାଙ୍କ ସାହୁ, ଉପସଭାପତି ଗିତାଞ୍ଜଳୀ ଦେଉରୀ, ଅନନ୍ତ ପାତ୍ର, ସୁରେଶ କୁମାର ସାହୁ ଓ ସୁକଦେବ ମାଝି, ପରାମର୍ଶଦାତା ମଣ୍ଡଳୀ କମଳାକାନ୍ତ ବେହେରା ଓ ସାରଥି ପ୍ରଧାନ, କୋଷାଧ୍ୟକ୍ଷ ତ୍ରିନାଥ ସେଠୀ, ଗଞ୍ଜାମ ଜିଲ୍ଲା ସଂଘର ପରାମର୍ଶ ଦାତା ମଣ୍ଡଳୀ ରବୀନ୍ଦ୍ର ପାତ୍ର, ଗଞ୍ଜାମ ଜିଲ୍ଲା ସଂଘର ସଭାପତି ତ୍ରିନାଥ ପଣ୍ଡା, ଛତ୍ରପୁର ଉପଖଣ୍ଡର ସଭାପତି ପ୍ରମୋଦଚନ୍ଦ୍ର ଦାଶ,ସଂପାଦକ ମନୋଜ କୁମାର ସାହୁ ପ୍ରମୁଖ ମାସୀନ ଥିଲେ । ରାଜ୍ୟର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ସଂପାଦକୀୟ ବିବରଣୀ ପାଠ ପରେ ୪ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା । ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସବ୍ଡିଭିଜନ ସଂଘ ଛତ୍ରପୁର ଠାରେ ଥିବା ଜିଲ୍ଲା କୋଷାଗାରର କାର୍ଯ୍ୟରତ ୪ ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସୁଶାନ୍ତ ପଣ୍ଡାଙ୍କ ବଦଳି ବିଷୟ, ସଚିବାଳୟ ସଂଘ, ମୁଖ୍ୟଦପ୍ତର ସଂଘ ଓ ନିଖିଳ ଉତ୍କଳ ସଂଘ ତିନିଗୋଟି ସଂଘ ମିଶି ମିଳିତ ମ ଗଠନ କରିବା, ଅଲ୍ଇଣ୍ଡିଆ କନ୍ଫ୍ରେନସନ୍ରେ ରାଜ୍ୟ ସଂଘର ସାଧାରଣ ସଂପାଦକ ଓ ସଭାପତି ଯୋଗଦେଇ ରାଜ୍ୟର କର୍ମଚାରୀ ମାନଙ୍କ ଦାବି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପରେ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ୮ ଗୋଟି ଦାବି ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା ।


