ନିଖିଳ ଓଡ଼ିଶା କାଳନ୍ଦୀ ସମାଜର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ନିଖିଳ ଓଡ଼ିଶା କାଳନ୍ଦୀ ସମାଜର ବାର୍ଷିକ ଅଧିବେଶନ ଇଂ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଭୁବନେଶ୍ୱରସ୍ଥିତ ବୁଦ୍ଧବିହାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ କାଳନ୍ଦୀ ସମାଜର କର୍ମକର୍ତ୍ତାମାନଙ୍କ ସହ ଅନ୍ୟାନ୍ୟ ଅନୁଷ୍ଠାନର ଅତିଥିମାନେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ମାନସ କୁମାର ଜେନା, ବନ୍ଧୁ ସେଠୀ, ପ୍ରକାଶ ନାଗ, ଆକୁଳି ସେଠୀ, ଅଶୋକ ନାୟକ, ନରେନ୍ଦ୍ର କୁମାର ସେଠୀ ଓ ଡ଼ିଙ୍ଗର କୁମାର ପ୍ରମୁଖ ଅତିଥି ଓ ଶ୍ରୀଯୁକ୍ତ ପ୍ରଭାକର ମଲ୍ଲିକ, ଦୁଃଶାସନ ମଲ୍ଲିକ, ଅଶୋକ ମଲ୍ଲିକ, କଳ୍ପତରୁ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ରାଘବ ମଲ୍ଲିକ ଓ ମାଧବ ମଲ୍ଲିକ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇ ଆଲୋଚନା ପରେ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକ ଗ୍ରହଣ କରାଯାଇଥିଲା ।ସାମ୍ପ୍ରତିକ ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ନିମିତ୍ତ ଭଗବାନ ବୁଦ୍ଧ, ବାବାସାହେବ ଆମ୍ବେଦକର ଓ ଅନ୍ୟାନ୍ୟ ମହାତ୍ମାମାନଙ୍କର ନୀତି ଆଦର୍ଶର ପ୍ରଚାର ଓ ପ୍ରସାର କରିବା, ସମାଜରୁ କୁସଂସ୍କାର ଓ ନିଶା ସେବନ ଦୂର କରିବା, ଭୁବନେଶ୍ୱରଠାରେ ଏକ ଆମ୍ବେଦକର ଭବନ ପ୍ରତିଷ୍ଠା କରିବା, ଛୁଆଁ ଅଛୁଆଁ ଭେଦଭାବ ଦୂର କରି ଧର୍ମ ଓ ଜାତିମାନଙ୍କ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା, ନିର୍ଯ୍ୟାତନାର ଶିକାର ହେଉଥିବା ଦଳିତ, ଆଦିବାସୀ, ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା, କଣ୍ଡରା ବୈଷ୍ଣବ, କାଳନ୍ଦୀ ବୈଷ୍ଣବ, ବାଉରି ବୈଷ୍ଣବ ପ୍ରମୁଖ ବୈଷ୍ଣବ ଜାତିକୁ ତଫସିଲଭୁକ୍ତ ଜାତିର ମାନ୍ୟତା ଦେବା, ମେହେନ୍ତର ଜାତିକୁ ଏସ୍‌.ସି. ତାଲିକାଭୁକ୍ତ କରିବା ଓ ସଅର ଜାତିକୁ ଏସ୍‌ଟି ତାଲିକାଭୁକ୍ତ କରିବା, କଣ୍ଡରା ମତ୍ସଜୀବୀମାନଙ୍କୁ ମତ୍ସ୍ୟଜୀବୀ ସାହାଯ୍ୟ ପ୍ରଦାନ କରିବା, ସମସ୍ତ ସଂରକ୍ଷଣ ପଦପଦବୀକୁ ପୂରଣ କରିବା ଓ ପଦୋନ୍ନତି ଦେବା । ସରକାରୀ ଓ ବେସରକାରୀ କ୍ଷେତ୍ରରେ ମାଗଣା ଶିକ୍ଷାଦାନ କରିବା ଓ ଅନୁସୂଚିତ ବର୍ଗ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଠିକ୍ ସମୟରେ ବୃତ୍ତି ପ୍ରଦାନ କିରବା । ଗ୍ରାମ୍ୟ ଚୌକିଦାରମାନଙ୍କର ବେତନ ବୃଦ୍ଧି କରିବା ସହିତ ସରକାରୀ ଚାକିରୀ ସୁବିଧା ମିଳିବା । ଗରିବ, ଭୂମିହୀନ ଓ ଦଳିତମାନଙ୍କୁ ଜମି, ଘରଡ଼ିହ ଓ ବାସଗୃହ ଯୋଗାଇଦେବା ଏବଂ ଦଳିତ, ଆଦିବାସୀମାନଙ୍କ ଜମି, ଜଙ୍ଗଲ, ଜଳର ଅଧିକାର ସାବ୍ୟସ୍ତ କରିବା ।ସର୍ବଶେଷରେ କେଉଟ, କୈବର୍ତ୍ତ ଓ ଧୀବର ଇତ୍ୟାଦି ସବର୍ଣ୍ଣ ଜାତିଙ୍କୁ ଅନୁସୂଚିତ ଜାତି ତାଲିକାରୁ ବାଦ୍ ଦେବା ଓ ନକଲି ପ୍ରମାଣ ପତ୍ର ଦ୍ୱାରା ସଂରକ୍ଷଣ ସୁବିଧା ହାସଲ କରିଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ଅନୁସୂଚିତ ଜାତି ତାଲିକାରେ ସ୍ଥାନିତ କରିବା ନିମିତ୍ତ ସୁପାରିଶ କରାଯାଇଇଥିବା ରାଢି, ନିଆରି, ନିଅରି, ଘଣି, ଗିରିଆ, ଗିରିଗିରିଆ, ଜିଞ୍ଜରା ଓ ତିଅର ଆଦି ସବର୍ଣ୍ଣ ଜାତିକୁ ଅନୁସୂଚିତ ଜାତି ତାଲିକାରେ ସ୍ଥାନିତ କରିବା ନିମିତ୍ତ ହୋଇଥିବା ସୁପାରିଶକୁ ପ୍ରତ୍ୟାହାର କରିବା ଓ ତାଲିକାରେ ପଶିବାକୁ ଚେଷ୍ଟା କରୁଥିବା ଅନ୍ୟାନ୍ୟ ସବର୍ଣ୍ଣ ଜାତିଙ୍କୁ ସୁପାରିଶ ନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇ ସାହାଯ୍ୟ ନିମିତ୍ତ ସରକାରୀ ପ୍ରଶାସନ, ରାଜନୈତିକ ଦଳ, ସାଧାରଣ ଜନତା ଓ ସମସ୍ତ ଗଣମାଧ୍ୟମଗୁଡ଼ିକୁ ଅନୁରୋଧ କରାଯାଇଅଛି, ଅନ୍ୟଥା ରାଜରାସ୍ତାକୁ ଓହ୍ଲାଇବା ପାଇଁ କାଳନ୍ଦୀ ସମାଜ ସମସ୍ତ ଦଳିତମାନଙ୍କୁ ଆହ୍ୱାନ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ