ନିଖୋଜ ଦାମୋଦରର ଫେରିବା ବାଟକୁ ଚାହିଁ ବସିଛନ୍ତି ଦୁଇ ଭଉଣୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ବନ୍ତ ଗ୍ରାମର ଦାମୋଦର ଜେନା ଆଜକୁ ୩୨ ବର୍ଷ ତଳେ କେଉଁଆଡେ ଯାଇଛନ୍ତି ଯେ, ଆଉ ଘରକୁ ଫେରି ନାହାନ୍ତି । ତାଙ୍କ ଫେରିବା ବାଟକୁ ୨ ଭଉଣୀ ଚାହିଁ ବସିଛନ୍ତି । ପ୍ରକାଶ ଯେ, ବନ୍ତ ଦେବଗଡି ଗ୍ରାମର ବୈଷ୍ଣବ ଜେନା ଓ କପୁରୀ ଜେନାଙ୍କ ୩ ସନ୍ତାନ ମଧ୍ୟରୁ ଏକମାତ୍ର ପୁଅ ଦାମୋଦର ୨୨ ବର୍ଷ ବୟସରେ ୧୯୮୮ ମସିହାରୁ କେଉଁଆଡେ ଯାଇଛନ୍ତି । ଘରେ ବୃଦ୍ଧ ବାପମାଆ ପୁଅର ଫେରିବା ବାଟକୁ ଚାହିଁ ଝୁରି ଝୁରି ମୃତ୍ୟୁ ବରଣ କରି ସାରିଛନ୍ତି । ଏବେ ବି ଭାଇ ଘରକୁ ଫେରିବ ବୋଲି ୨ ଭଉଣୀ ସ୍ୱର୍ଣ୍ଣପ୍ରଭା ଓ ଗୁର ଆଶା ବାନ୍ଧି ବସିଛନ୍ତି । ଏହା ମଧ୍ୟରେ ୩୨ ବର୍ଷ ବିତି ଯାଇଥିଲେ ମଧ୍ୟ ଦାମୋଦରଙ୍କ ନିଖୋଜ ସମସ୍ତଙ୍କ ମନରେ ଗଭୀର ଦୁଃଖ ପହଞ୍ଚାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ