ନିର୍ଭୟା ମାମଲା : ଫାଶୀ ଟାଳିବାକୁ ପ୍ରୟାସ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ମୋଡ ଦେଖିବାକୁ ମିଳୁଛି । ପୂର୍ବରୁ ଜାରି ହୋଇଥିବା ଫାଶୀ ତାରିଖର ଗୋଟିଏ ଦିନ ପୂର୍ବରୁ ଦୋଷୀମାନେ ପୁଣି ଥରେ ନୂଆ ଚାଲ୍‌ ଚଲାଇବା ଆରମ୍ଭ କରିଛନ୍ତି । ଏହି ଅପରାଧର ଅନ୍ୟତମ ଅପରାଧୀ ପଓ୍ବନ ସିଂ ପୁଣି ଥରେ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଘଟଣା ସମୟରେ ନାବାଳକ ଥିବାର ଦର୍ଶାଇ ରିଭ୍ୟୁ ପିଟିସନ୍‌ ଜାରି କରିଛନ୍ତି । ପୂର୍ବରୁ ପଓ୍ବନର ନାବାଳକ ଦାବିକୁ ସୁପ୍ରିମ୍‌କୋର୍ଟ ଖାରଜ କରି ସାରିଛନ୍ତି । ସେହିପରି ଗତକାଲି ଅକ୍ଷୟଙ୍କ କ୍ୟୁରୋଟିଭ୍‌ ପିଟିସନ୍‌କୁ ଖାରଜ କରାଯାଇଥିବାବେଳେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦଣ୍ଡାଦେଶକୁ ନେଇ ଶୁଣାଣି ହେବ। ତେବେ ବିଚାର ପ୍ରକ୍ରିୟା ସରିନଥିବାରୁ ଦୋଷୀଙ୍କ ଓକିଲମାନେ ଫାଶୀ ଟାଳିବାକୁ ପ୍ରୟାସ କରୁଛନ୍ତି । ଚାରି ଦୋଷୀଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରି ଡେଥ୍‌ ଓ୍ବାରେଣ୍ଟକୁ ଆଉ ୧୪ ଦିନ ଘୁଞ୍ଚାଇବାକୁ ଦାବି କରୁଛନ୍ତି । ତେବେ ଜଣକୁ ଛାଡ଼ି ଆଉ ତିନିଜଣକୁ ଫାଶି ଦେବାକୁ ତିହାର ଜେଲ୍‌ ତୟାର ରହିଛି ବୋଲି ସରକାରୀ ଓକିଲ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ