ଭଞ୍ଜନଗର ରେ ଭଞ୍ଜ ଜୟନ୍ତୀ ପାଳନ

ଭଞ୍ଜନଗର – ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ଭଞ୍ଜନଗର ସ୍ଥିତ ଭଞ୍ଜ ସାହିତ୍ୟ ପରିଷଦ ମଣ୍ଡପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି କ।ର୍ଯ୍ୟକ୍ରମର ପ୍ରାରମ୍ଭରେ ରେ ସ୍ବସ୍ତି ସିଦ୍ଧି ସଂଗୀତ ଅନୁଷ୍ଠାନର ଗୁରୁ ତଥା ଅଧ୍ୟାପକ ଶ୍ରୀ ଅଶୋକ କୁମାର ସ୍ବାଇଁ ,ଦୂର୍ଗାମାଧବ ଦାଶ,ମମତା ମହାପାତ୍ର ଙ୍କ ଦ୍ବାରା ପ୍ରଥମେ ଭଞ୍ଜ ସଂଗୀତ ପରିବେଷଣ କରାଯାଇଥିଲା । ପରେ ସାହିତ୍ୟିକ ତଥା ଭଞ୍ଜ ଗବେଷକ ଡଃ ସୁରେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବରେ ଉଦଘାଟକ ରୂପେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ବରର ପ୍ରାକ୍ତନ କ।ର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ନିଳାଦ୍ରୀ ମୋହନ ଶତପଥୀ, ବିଶିଷ୍ଠ ଭଞ୍ଜ ପ୍ରବକ୍ତା ତଥା ଆଲୋଚକ ଶ୍ରୀ କୃଷ୍ଣ କେଶବ ଷଢଙ୍ଗୀ, କବି ବଳରାମ ସ୍ବାଇଁ, ସାହିତ୍ୟିକ ସରୋଜ ନନ୍ଦ ପ୍ରଭୃତି ବରେଣ୍ୟ ବ୍ୟକ୍ତି ମଞ୍ଚସୀନ ଥିବାବେଳେ ,ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଡଃ ଗୁରୁମୂର୍ତ୍ତି ନାୟକ ପରେ ନିମନ୍ତ୍ରିତ ଅତିଥିଗଣ କବି ସମ୍ରାଟଙ୍କ କାବ୍ୟ କବିତା ଗୁଡିକରେ ରସ, ଅଳଙ୍କାର,ଛନ୍ଦ,ପ୍ରକୃତି ଚେତନା,ସମାଜ ସଚେତନତାର ବାର୍ତ୍ତା,ତଥା ସ୍ବକୀୟ ପ୍ରେମର ମହତ୍ତ୍ବ ବା ଏକ ପତ୍ନୀ ବ୍ରତ ବିଷୟରେ ସୁନ୍ଦର ସୁନ୍ଦର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶ୍ରୀ କୃଷ୍ଣ କେଶବ ଷଢଙ୍ଗୀଙ୍କୁ ପରିଷଦ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । କବି ଅଶୋକ ସାହୁ ମାନପତ୍ର ପାଠ କରିଥିଲେ । ଏହି ଅବସରରେ ଭଞ୍ଜନଗର ସହର ତଥା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ବୁଦ୍ଧୀଜିବୀ, ସାହିତ୍ୟିକ,କବି,ଲେଖକ,ଭଞ୍ଜ ପ୍ରେମୀ ଓ ସର୍ବ ସାଧାରଣ ଙ୍କ ସମାଗମ ହୋଇଥିଲା । ପ୍ରଥମ ଦିନର କ।ର୍ଯ୍ୟକ୍ରମରେ କବି ତଥା ନୋଟାରୀ ସୋମନାଥ ନାୟକ, ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତ୍ୟିକ କମ୍ବୁପାଣି ସାମନ୍ତ, ଘୁମୁସର ସଂବାଦର ସଂପାଦକ ନେତାଜୀ ବିଷୋୟୀ, କବି ରବିନ୍ଦ୍ରନାଥ ଆଚ।ର୍ଯ୍ୟ,ଗୋକୁଳ ଚନ୍ଦ୍ର ଶତପଥୀ, ଅଧ୍ୟାପିକା ସୁଜାତା ସିଂଓ ନଳିନୀପ୍ରଭା ଦାସ ଙ୍କ ସମେତ ଅନୁଷ୍ଠାନ ସହ ଜଡିତ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟୁନା ଜେନା, ବିଶ୍ବମ୍ବର ଜେନା ,ସ୍ବର୍ଣ୍ଣେନ୍ଦୁ ଶେଖର ପଣ୍ଡା,ତ୍ରିନାଥ ବେହେରା ପ୍ରମୁଖ ଏହି କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କୁମାର କାର୍ତ୍ତିକେଶ୍ବର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ