ନିଳାଦ୍ରୀ ନଗରରେ ଅପରାଜିତାସମସ୍ୟା ଓ ସମାଧାନ ଶିବିର
ଭୁବନେଶ୍ୱର, : ଭୁବନେଶ୍ୱରବାସୀଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସ୍ୱରୂପ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଆଜି ତା ୦୯.୦୯.୨୦୧୯ ରିଖ ସୋମବାର ସକାଳ ୮.୩୦ ମିନିଟ୍ ସମୟରେ ଝାରପଡ଼ା ମୌଜା ଅର୍ନ୍ତଗତ ତଥା ବାସୁଆଘାଇ ପଞ୍ଚାୟତ ନିକଟବର୍ତ୍ତୀ ନିଳାଦ୍ରୀ ନଗରଠାରେ ପହଞ୍ôଚଥିଲେ । ସ୍ଥାନୀୟ ଜନସାଧାରଣଙ୍କ ସହ ଉକ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା କରି ଅଞ୍ଚଳଟି ବୁଲି ଦେଖିଥିଲେ । ଏହି କଲୋନୀଟି ୨୦୦୫ ମସିହାରୁ ତିଆରି ହୋଇଥିଲେ ମଧ୍ୟ ଏଥିପ୍ରତି ନାଁ ବିଏମ୍ସି କିମ୍ବା ବିଡ଼ିଏର ଦୃଷ୍ଟି ପଡ଼ିନାହିଁ । ଏହି ଅଞ୍ଚଳଟିରେ ୨୦୦ରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଥିଲେ ମଧ୍ୟ ତାର କୌଣସି ବିକାଶ ହୋଇପାରି ନାହିଁ । ରାସ୍ତା, ଆଲୋକୀକରଣ, ସ୍ୱେରେଜ ଲାଇନ୍, ବର୍ଜ୍ୟବସ୍ତୁ ଉଠାଣ ପ୍ରଭୃତି ବ୍ୟବସ୍ଥା ଏଠାରେ ନଥିବାରୁ ଏଠାକାର ବାସିନ୍ଦା ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ଏହାକୁ ରାଜ୍ୟ ସରକାର ଏଲୋ ଜୋନ୍ ଭାବେ ଘୋଷଣା କରିବାକୁ ବହୁ ଦିନରୁ ଦାବି ହୋଇଥିଲେ ମଧ୍ୟ ଏହା ହୋଇପାରି ନାହିଁ । ବର୍ଷାଦିନରେ ବର୍ଷାପାଣି ଜମି ଏହି ନଗରଟି ଏକ ଟାପୁ ଭଳି ମନେ ହେଉଛି । ନିଳାଦ୍ରୀ ନଗର ୱେଲ୍ଫେୟାର ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଗୋରା•ନ୍ଦ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମଧ୍ୟ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯୋଗଦେଇ ଏ ସମସ୍ତ ସମସ୍ୟାକୁ ଶୁଣିବା ସହ ଏହାକୁ କିପରି ଭାବେ ସମାଧାନ କରାଯାଇ ପାରିବ ସେଥିନିମନ୍ତେ ସରକାରୀସ୍ତରରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଟ୍ରଷ୍ଟର ସମ୍ପାଦକ ପୁରୁଷୋତ୍ତମ ପାଇକରାୟ ସମ୍ବର୍ଦ୍ଧିତ କରିବା ସହ ସମସ୍ୟା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଜେପି ନେତା ଜଗନ୍ନାଥ ପ୍ରଧାନ, ବାସୁଆଘାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ ଜେନାଙ୍କ ସହ ଶିବପ୍ରସାଦ ମିଶ୍ର, ସୁକାନ୍ତ ଆ•ର୍ଯ୍ୟ, ପି. କେ. ପାଢୀ, ଶଶୀଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


