ନିଶା କବଳରେ ମଣିଷ , ସ୍ତ୍ରୀ ଛାଡି ଦେବି କିନ୍ତୁ ମଦ ନୁହେଁ
ଭୋପାଳ: ନିଶା କବଳରେ ପଡିଲେ ନିଶା କବଳରୁ ମୁକ୍ତି ହେବା ନିତାନ୍ତ ଭାବେ କଷ୍ଟ ସାଧ୍ୟ । ଜୀବନ ଗଲେ ଯାଉ କିନ୍ତୁ ମୁଁ ମଦ ପିଇବି , ସ୍ତ୍ରୀ କୁ ଛାଡିଦେବି କିନ୍ତୁ ମଦ ଛାଡିପାରିବି ନାହିଁ । ଏଭଳି ଏକ ଅଜବ ମାମଲା ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି । ଭୋପାଳରେ ଜଣେ ୬୯ ବର୍ଷୀୟ ବୃଦ୍ଧା ସ୍ୱାମୀଙ୍କ ଠାରୁ ଭରଣପୋଷଣ ଚାହିଁବା ସହ ନ୍ୟାୟ ପାଇଁ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତରଫରୁ କାହିଁକି ଏହି ଭଳି ବୃଦ୍ଧା ଅଭିଯୋଗ ବାଢିଥିବା ବେଳେ କୋର୍ଟ ଦୁଇ ଜଣଙ୍କୁ କାଉନସିଲିଂ କରିଥିଲେ । କାଉନସିଲିଂ ସମୟରେ ୬୯ ବର୍ଷିୟ ବୃଦ୍ଧାଙ୍କ ସ୍ୱାମୀ ପ୍ରତିଦିନ ମଦ୍ୟପାନ କରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିବା ବେଳେ ଏହି କାରଣରୁ ବୃଦ୍ଧା ଜଣଙ୍କ ସ୍ୱାମୀଙ୍କୁ ଛାଡିବାକୁ ଚାହୁଁଛନ୍ତି । ଜର୍ଜ ଯେତେବେଳେ ବୃଦ୍ଧଙ୍କୁ କାଉନସିଲିଂ କଲେ ସେତେବେଳେ ବୃଦ୍ଧ ଜଣଙ୍କ ଜର୍ଜଙ୍କୁ ରୋକଠୋକ ଜଣାଇଦେଲେ ସ୍ତ୍ରୀ କୁ ଛାଡିଦେବି ପଛେ ମଦ ଛାଡିବି ନାହିଁ । ଏହା ପରେ ଜର୍ଜ ପତ୍ନୀଙ୍କ ଭରଣ ପୋଷଣ ନିମନ୍ତେ ଯେତେବେଳେ କୋର୍ଟର ଜର୍ଜ ୧୦ ଟଙ୍କା ଦେବାକୁ କହିଲେ ବୃଦ୍ଧ ଜଣକ ସଂଗେ ସଂଗେ ପକେଟରୁ ୧୦ ହଜାର ଟଙ୍କା ବଢାଇଦେଇଥିଲେ ।