ନି-କ୍ଷୟ ମିତ୍ର ସଚେତନତା ଶିବିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ପଞ୍ଚାୟତର ସମିତି ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତି ଭାରତ ଅଭିଯାନ ଏବଂ ନି-କ୍ଷୟ ମିତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଊନ୍ନୟନ ଅଧିକାରୀ ରୋଶନ୍ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ୱର ଷଡଙ୍ଗୀ,ସିଡ଼ିପିଓ ଗାୟତ୍ରୀ ମିଶ୍ର, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ରୋଟାରୀ କ୍ଳବ୍ ସଭାପତି ମଧୁସୂଦନ ମହାପାତ୍ର, ବଣିକ ସଂଘ ସଭାପତି, ବିଏଲ୍ଏଫ୍ ଲିଡର୍,ୟୁନିୟନ୍ ବ୍ୟାଙ୍କ୍ ଶାଖା ପରିଚାଳକ ,ଜିପିଏଲ୍ଏଫ୍ ଅଧ୍ୟକ୍ଷ, ସମ୍ପାଦକ,ଜନ ପ୍ରତିନିଧି, ସ୍ଥାନୀୟ ସ୍ଵେଚ୍ଛାସେବୀ ସଂଗଠନ ପ୍ରମୁଖ ଯୋଗଦେଇ ଯକ୍ଷ୍ମା ରୋଗର କାରଣ ଏବଂ ନିରାକରଣ ଉପରେ ଆଲୋଚନା କରିଥିଲେ I ଏହା ସହିତ ଯକ୍ଷ୍ମା ରୋଗୀଙ୍କ ସହାୟକ ନି-କ୍ଷୟ ମିତ୍ର ଉପରେ ଆଲୋଚନା କରାଯାଇଥିଲା I ଉପସ୍ଥିତ ଥିବା ବହୁ ବ୍ୟକ୍ତି ନି-କ୍ଷୟ ମିତ୍ର ହେବା ପାଇଁ ଇଚ୍ଛା ପ୍ରକାଶ କରିବା ସହିତ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଉପରେ ଆଲୋଚନା କରିଥିଲେ I ଏହି ଅବସରରେ ଊପସ୍ଥିତ ବ୍ୟକ୍ତିମାନେ ଟିବି ହାରିବ,ଦେଶ ଜିତିବ ସମ୍ପର୍କରେ ଶପଥପାଠ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଟିବି ସୁପରଭାଇଜର ଦୂର୍ଗା ପ୍ରସାଦ ପାତ୍ର ପରିଚାଳନା କରିଥିଲେ I


