ନୁଆରମ୍ପାସରେ ରାସ୍ତା ନିର୍ମାଣକୁ ନେଇ ସଂଘର୍ଷ, ଜଣେ ଆହତ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ନୁଆରମ୍ପାସ ଗ୍ରାମରେ କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗାଁ ଭିତରେ କଂକ୍ରିଟ ରାସ୍ତା ନିର୍ମାଣ ଲାଗି ବାଲି ପକାଯାଇଥିଲା । ଏହାକୁନେଇ ଗାଁର ଦୁଇ ଯୁବକଙ୍କ ମଧ୍ୟରେ ବଚସା ସହିତ ଠେଲାପେଲା ହୋଇଥିଲା । ପରେ ଗତକାଲି ରାତିରେ ସଂଘର୍ଷର ସୁତ୍ରପାତ ହେବା ସହ ଜଣେ ଅନ୍ୟଜଣକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲା । ଗୁରୁତର ଅବସ୍ଥାରେ ଉକ୍ତ ଯୁବକକୁ ହାଟଡିହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଶରୀରରେ ଗଭୀର କ୍ଷତ ହେବାସହ ୮ଟି ଷ୍ଟିଚ ପଡିଥିବା ଜଣାଯାଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଦ୍ୱାରା ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ