ନୂଆପଡାରେ ଜିଲ୍ଲାସ୍ତରୀୟ ବିଶ୍ଵ ଉପଭୋକ୍ତା ଅଧିକାର ଦିବସ ପାଳିତ
ନୂଆପଡା, (ଯୁଗାବ୍ଦ ନ୍ୟୁଜ):ସ୍ବେଚ୍ଛାସେବୀ ଅନୁଷ୍ଠାନ ପରଦା ନୂଆପଡ଼ା ଓଜିଲ୍ଲା ବୈଧମାପ ବିଜ୍ଞାନ ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ବ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଯାଇଅଛି। ନୂଆପଡ଼ା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ପାଳିତ ବିଶ୍ବ ଉପଭୋକ୍ତା ଅଧିକାର ଦିବସରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର , ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଅତିରିକ୍ତ ଯୋଗାଣ ଅଧିକାରୀ ତ୍ରିନାଥ ବିଶି, ଉପନୀୟନ୍ତ୍ରକ ବୈଧମାପ ବିଜ୍ଞାନ ବିଭାଗ ପୃଥୁରାଜ ହାଁସଦା, ସମ୍ପାଦକ ଅନ୍ୟାନ୍ୟ ମିଶନ ଶକ୍ତି ଅହଲ୍ୟା ରଣା , ଶିବାନନ୍ଦ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଖାଉଟି ଅଦାଲତ ନୂଆପଡ଼ା ପରମାନନ୍ଦ ହଁସ ଯୋଗଦେଇଥିଲେ। ଅଧ୍ୟକ୍ଷ ପରଦା ରୁଦ୍ର ଚରଣ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରି କାର୍ଯକ୍ରମକୁ ଆରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଖାଉଟି ମାନେ ଉପଭୋକ୍ତା ବିଷୟକୁ କିପରି ନିଜ ନିଜର ଦୈନନ୍ଦିନ ଜୀବନର ଉପଯୋଗ କରିବେ ନେଇ ଆଲୋକପାତ କରିଥିଲେ । ସମସ୍ତଙ୍କୁ ଛଅ ଗୋଟି ଖାଉଟି ଅଧିକାର ବିଷୟରେ ଜଣାଇଥିଲେ ।