ନୂଆବର୍ଷ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି
କଟକ – ନୂଆବର୍ଷର ପାଳନ ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଥିବାରୁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କ।ର୍ଯ୍ୟକ୍ରମରେ ଯୋଗଦେଇ ପୁଲିସ ଡିଜି ଶ୍ରୀ ଅଭୟ ଏହି ସୂଚନା ଦେଇଛନ୍ତି । ପୁଲିସ ଡିଜି ଭାବେ ଶ୍ରୀ ଅଭୟ ଯୋଗଦେବା ପରେ ଆଜି ଦ୍ବିତୀୟ ଥର ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ପୁରୀ ବାଦ୍ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବରରେ ବି ବଡ଼ଧରଣର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୧ ଡିସେମ୍ବର ଓ ଜାନୁଆରି ୧ ତାରିଖ ରାତିରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବ ।


