ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ବିଜେଡି ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ତାଲିକା ଆଜି ଘୋଷଣା ହୋଇଛି ।ବିଜେଡି ୩୩ ଟି ସାଂଗଠନିକ ସଭାପତିଙ୍କ ହୋଇଛନ୍ତି । ଭୁବନେଶ୍ୱରର ନୂଆ ଜିଲ୍ଲା ସଭାପତି ହୋଇଛନ୍ତି ଅନନ୍ତ ନାରାୟଣ ଜେନା । ସେହିପରି ଦେବାଶିଷ ସାମନ୍ତରାୟ କଟକର ହୋଇଥିବା ବେଳେ ରବୀନ୍ଦ୍ର ଜେନା ବାଲେଶ୍ୱରର ଜିଲ୍ଲା ସଭାପତି ହୋଇଛନ୍ତି । ଖୋର୍ଦ୍ଧାର ବିଭୂତି ବଳବନ୍ତରାୟ , ପୁରୀର ମହେଶ୍ୱର ମହାନ୍ତି, କେନ୍ଦ୍ରାପଡାର ଉକ୍ରଳକେଶରୀ ପରିଡା, ଜଗତସିଂହପୁରର ପ୍ରଶାନ୍ତ ମୁଦୁଲି, ଯାଜପୁରର ସରୋଜ ମହାପାତ୍ର, ଢେଙ୍କାନାଳର ପ୍ରଫୁଲ୍ଲ ମଲ୍ଲିକ, ବଲାଙ୍ଗୀରର ଟୁକୁନିୁ ସାହୁ, ଗଞ୍ଜାମର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କଳାହାଣ୍ଡିର ପୁଷ୍ପେନ୍ଦ ସିଂହଦେଓ, ମୟୂରଭଞ୍ଜର କାଶୀନାଥ ହେମ୍ବ୍ରମ, ମୟୂରଭଞ୍ଜ ସଦରର ସୁଦାମ ମାର୍ଣ୍ଡି , ନବରଙ୍ଗପୁରର ରମେଶ ମାଝୀ, ଗଜପତିର ପ୍ରଦୀପ ନାଏକ, ଝାରସୁଗୁଡାର କିଶୋର ମହାନ୍ତି, ବୌଦ୍ଧର ମହୀଧର ରଣା, କୋରାପୁଟର ଈଶ୍ୱର ପାଣିଗ୍ରାହୀ, ମାଲକାନଗିରିର ପୂର୍ଣ୍ଣଚନ୍ଦ୍ର ବାକା, ନୂଆପଡାର ମନୋଜ ମିଶ୍ର ଜିଲ୍ଲା ସଭାପତି ହୋଇଛନ୍ତି ।ସେହିପରି ରାଉରକେଲାର ସାରଦା ନାୟକ, ସୁନ୍ଦରଗଡର ବିନୟ ଟପ୍ପୋ, ସମ୍ବଲପୁରର ସିଦ୍ଧାର୍ଥ ଦାସ ଓ ସୋନପୁରର ସରୋଜ କାମ୍ପା ବିଜେଡିର ନୂଆ ଜିଲ୍ଲା ସଭାପତି ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ