ନ୍ୟାୟ ବଦଳରେ ନାବାଳିକାଙ୍କ ୁ ମିଳିଲା ଦଣ୍ଡ
ବିହାର ର କଙ୍ଗାରୁ କୋର୍ଟରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି । ନ୍ୟାୟ ବଦଳରେ ନାବାଳିକାଙ୍କୁ ମିଳିଛି ଦଣ୍ଡ । ପ୍ରଥମେ ନାବାଳିକାଙ୍କୁ ଅପହରଣ ଏହା ପରେ ନାବାଳିକା ଜଣକୁ ଜଣଙ୍କ ପରେ ଜଣେ ମିଶି ଅଚେତ ହେବା ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଥିଲେ । ପିଡିତାଙ୍କୁ ନ୍ୟାୟ ବଦଳରେ ବିହାରର ଗୟା ଜିଲ୍ଲା କଙ୍ଗାରୁ କୋର୍ଟ ବିଚାର କରି ପଂଚାୟତ ତରଫରୁ ନାବାଳିକା ଜଣକୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ ଅଗଷ୍ଟ ମାସ ୧୪ ତାରିଖ ସଂନ୍ଧ୍ୟାରେ କିଛି ଦୂବୁର୍ତ୍ତ ନାବାଳିକା ଜଣଙ୍କୁ ଅପହରଣ କରାଯାଇଥିଲେ । ଅପହରଣ କରି ଅଚେତ ହେବା ପର୍ଯ୍ୟନ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଅଚେତ ହେବା ପରେ ଏକ ଛାତ ଉପରେ ଛାଡି ପଳାଇଆସିଥିଲେ । ଏହାପରେ ଅଗଷ୍ଟ ୧୫ ତାରିଖ ଦିନ ପଡୋଶୀ ଘର ଲୋକ ନାବାଳିକା ଜଣକ ଅଚେତ ଅବସ୍ଥାରେ ପଡିଥିବାର ଦେଖି ତାଙ୍କ ପରିବାରଙ୍କୁ ଖବର ଦେଇଥିଲେ । ଏହା ପରେ ଏହି ଘଟଣା ପଂଚାୟତରେ ନ୍ୟାୟ ପାଇଁ ଚାଲିଥିବା ଆଲୋଚନା କିନ୍ତୁ ଟଙ୍କା ଓ ଅର୍ଥ ବଳରେ ଅଭିଯୁକ୍ତ ମାନଙ୍କର ଜୟ ହୋଇଥିଲା । ପଂଚାୟତର ବିଚାର ଅନୁଯାୟୀ ପିଡିତ ନାବାଳିକା ଜଣକୁ ଲଣ୍ଡା କରି ଗ୍ରାମ ସାରା ବୁଲାଇଥିଲେ । ଏହି ଘଟଣା ପୋଲିସ ପାଖରେ ପହଞ୍ଚି ଲୋକ ନଜରକୁ ଆସିବାରୁ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରୀ କରିଛି ।


