ପଙ୍କୋଦ୍ଧାର ବା ବିଜୟା ଏକାଦଶୀ
ବିପିନ ବିହାରୀ ମହାନ୍ତି
ଯୁଧିଷ୍ଠିରଙ୍କୁ ଶ୍ରୀ କୃଷ୍ଣ ‘ାଲଗୁନ ମାସ କୃଷ୍ଣ ପକ୍ଷ ଏକାଦଶୀ ସଂପର୍କରେ ଯାଇ କୁହନ୍ତି ଯେ ଏହାର ନାମ ପଙ୍କୋଦ୍ଧାର ବା ବିଜୟା ଏକାଦଶୀ । ଏହି ଏକାଦଶୀ ପାଳନ କାରଣରୁ ସବୁଥିରେ ବିଜୟ ହୁଏ ଏବଂ ଜଣେ ପଂକ ବା ଆବିଳ ଅଥବା ବିପଦରୁ ଉଦ୍ଧାର ପାଏ ବୋଲି ଏହାର ନାମ ପଙ୍କୋଦ୍ଧାର ରଖାଯାଇଛି । ଏହାର ମହାତ୍ମ୍ୟ ପଠନ ଓ ଶ୍ରବଣ ଦ୍ୱାରା ବ୍ରତୀର ମଧ୍ୟ ସମସ୍ତ ପାପ ବିନାଶ ହୁଏ । ନାରଦ ପୁଛନ୍ତେ ବ୍ରହ୍ମା ଏହି ଏକାଦଶୀ ବ୍ରତ ସଂପର୍କରେ ତାଙ୍କୁ ଏହାର ମହାତ୍ମ୍ୟ ବୁଝାଇଥିଲେ । ସେ କହିଥିଲେ କୌଣସି ଆଚରି ଥିବା ତତ୍କ୍ଷଣିକ ପାପ ତଥା ବିପଦ ମୁକ୍ତ ପାଇଁ ଏହି ଏକାଦଶୀ ବ୍ରତ ହିଁ ପ୍ରଯୁର୍ଯ୍ୟ । ତ୍ରେତୟା ଯୁଗରେ ଶ୍ରୀ ରାମଚନ୍ଦ୍ର ଯେତେବେଳେ ବନବାସ କରୁଥିଲେ, ପତ୍ନୀ ସୀତାଙ୍କୁ ରାବଣ ଅପହରଣ କରି ନେଲା । ସୀତାଙ୍କ ଉଦ୍ଧାର ନିମନ୍ତେ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣ ଏବଂ କପି ବଳ ସହ ଯାତ୍ରା ଆରମ୍ଭ କରି ପ୍ରଥମେ ରାମେଶ୍ୱରଠାରେ ପହଁଂଚିଲେ ନିକଟରେ ଦାଲବ୍ୟ ମୁନିଙ୍କର ଆଶ୍ରମ ଥିଲା । ଏହି ଆଶ୍ରମରେ ଥିବା ଚିରଂଜୀବି ମୁନିଙ୍କ ଦର୍ଶନ ନିମନ୍ତେ ରାମଚନ୍ଦ୍ର ସଦଳ ବଳେ ସେଠାରେ ପହଂଚିଲେ ସେ ମୁନିଙ୍କୁ ଯଥା ସମ୍ମାନ ପୂର୍ବକ ସୁମୁଦ୍ର କିପରି ପାର ହୋଇ ଲଙ୍କାକୁ ଯିବେ ଏବଂ ସୀତାଙ୍କୁ ଉଦ୍ଧାର କରିବେ ତା’ର ଉପାୟ ପଚାରିଲେ । ମୁନି କହିଲେ: ଆସନ୍ତା କାଲି ବିଜୟା ବା ପଙ୍କୋଉଦ୍ଧାର ଏକାଦଶୀ ଅଛି । ତୁମେ ତୁମ ସେନା ସହିତ ଏହି ବ୍ରତ କର । ସମୁଦ୍ରପାରିହେବା ଏବଂ ଲଙ୍କା କୁ ଜିତିବା ଏକମାତ୍ର ହେଉଛି ଏହି ବିଜୟା ଏକାଦଶୀ ପାଳନ କରିବାର ‘ଳ । ତାଙ୍କ ଉପଦେଶମତେ ତା’ ପରଦିନ ରାମଚନ୍ଦ୍ର ସସୈନ୍ୟ ଏହି ବ୍ରତ ପାଳନ କଲେ ଏବଂ ଏହି ବ୍ରତର ଆରାଧ୍ୟଦେବ ରାମେଶ୍ୱର ବା ଶ୍ରୀ ନାରାୟଣଙ୍କ ପୂଜା କଲେ । ଏହି ବ୍ରତ ପ୍ରଭାବରୁ ସେ ସମୁଦ୍ର ପାରିହେଲେ; ଲଂକାକୁ ଧ୍ୱଂସ କଲେ; ରାବଣ ବଦ୍ଧକଲେ ଏବଂ ସୀତାଙ୍କୁ ଉଦ୍ଧାର କଲେ । ଏହି ବ୍ରତର ମହାତ୍ମ୍ୟ ପ୍ରଥମେ ନାରାଦ ବ୍ରହ୍ମାଙ୍କୁ ଠାରୁ ଶୁଣିଥିଲେ ଏବଂ ଏହାକୁ ନାରଦ ଯୁଧିଷ୍ଠିରଙ୍କୁ ଶୁଣାଇ ଥିଲେ । କାରଣ ଯୁଧିଷ୍ଠିର ଧର୍ମାତ୍ମା ଥିଲେ । କୌଣସି ପାପାତ୍ମା ଏ ପ୍ରକାର ଉପଦେଶକୁ ଗ୍ରହଣ କରନ୍ତି ନାହିଁ ବୋଲି ଏ ଏକାଦଶୀ ମହାତ୍ମ୍ୟ ସେମାନଙ୍କୁ ଶୁଣାଇବା ଏକ ପ୍ରକାର ବ୍ୟର୍ଥ । ତଥାପି ଶ୍ରୀ ନାରାୟଣଙ୍କର ଶରଣାଗତ ହେଲେ ପାପୀ ଏବଂ ଅପାପୀ ସମସ୍ତେ ନିର୍ବାଣ ଲଭନ୍ତି ବୋଲି, ଏ ବ୍ରତ ପାଳନାର୍ଥେ କାହାକୁ ମନା କରିହେବ ନାହିଁ । ପୂଜା ବା ଉପାସନା ଏକ ନିଷ୍ଠା । ନିଷ୍ଠାବାନ ପୁରୁଷ ତା’ ଲକ୍ଷ୍ୟସ୍ଥଳରେ ପହଂଚିବାରେ ଦୃଢ ପ୍ରତିଜ୍ଞ କାରଣରୁ ତା’ ପ୍ରଚେଷ୍ଟା ଅସ‘ଳ ନୁହେଁ । ଏଥିପାଇଁ ଉଭୟ ଶାରୀରିକ ଏବଂ ମାନସିକ ବଳର ଆବଶ୍ୟକତା ଅଛି । କେବଳ ସାମର୍ଥ୍ୟବାନ୍ ପୁରୁଷ ତଥା ବିଜ୍ଞ ଶରୀରତତ୍ତ୍ୱବୀତ୍ ଏ ସଂପର୍କରେ ସଚେତନ ଥଆନ୍ତି । ଏମିତି ଅନେକ ସ୍ୱାସ୍ଥ୍ୟ ତଥା ଏ ଏକାଦଶୀ ପାଳନର ଯଥାର୍ଥତା ଅଛି ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮


