ପଞ୍ଜାବ ଏକ୍ସପ୍ରେସ୍‌କୁ ରୋକିଲା ରାଜସ୍ଥାନ

ନୂଆଦିଲ୍ଲୀ: ପଞ୍ଜାବର ବିଜୟ ଧାରାକୁ ରୋକି ନିଜ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି ରାଜସ୍ଥାନ ରୟାଲ୍ସ। ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ କ୍ରିସ୍‌ ‌ଗେଲଙ୍କ ପାଳିକୁ ଫିକା ପକାଇ ରାଜସ୍ଥାନ ରୟାଲ୍ସ ‘କର ବା ମର’ ମ୍ୟାଚ୍‌କୁ ଅତି ସହଜରେ ୭ ୱିକେଟରେ ଜିତି ନେଇଛି। କ୍ରମାଗତ ୫ ବିଜୟ ପାଇଥିବା ପଞ୍ଜାବକୁ ଶକ୍ତ ଝଟକା ଲାଗିଛି। ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ଦଳର ଭାଗ୍ୟ ସୁତା ଖିଅରେ ଝୁଲିଛି। ବିଜୟ ସହ ରାଜସ୍ଥାନ ମଧ୍ୟ ସପ୍ତମରୁ ପଞ୍ଚମ ସ୍ଥାନକୁ ଉଠିଛି। ଶୁକ୍ରବାରର ଫଳାଫଳ କିନ୍ତୁ ଗୋଟିଏ କଥା ସ୍ପଷ୍ଟ କରିଛି ୧୪ ପଏଣ୍ଟ ସହ ଚତୁର୍ଥ ଦଳଟି ପ୍ଲେ ଅଫ୍ ଯୋଗ୍ୟତା ପାଇପାରିବ। ସେହିଭଳି ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରୁ ଗୋଟିଏ ଦଳ ଶେଷ ଦୁଇ ମଧ୍ୟରେ ରହିବ ମଧ୍ୟ ସ୍ପଷ୍ଟ ହୋଇଛି । ପଞ୍ଜାବର ୧୮୫ ରନ୍ ଜବାବରେ ରାଜସ୍ଥାନ ପାଇଁ ବେନ୍ ‌ଷ୍ଟୋକ୍ସ ୨୪ ବଲ୍‌ରୁ ଅର୍ଧଶତକ ହାସଲ କରି ଲୟ ପ୍ରଦାନ କରିଥିଲେ। ରବିନ୍‌ ଉଥପ୍ପା (୩୦, ୨୩ ବଲ) ଓ ସଂଜୁ ସାମସନ୍‌ (୪୮, ୨୫ ବଲ) ମଧ୍ୟ ବ‌ିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟ ମୁହାଁ କରିଥିଲେ। ଶେଷକୁ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ (୩୧*, ୨୦ ବଲ୍‌) ଏବଂ ଜୋସ୍ ବଟ୍ଟଲର୍ (୨୨*, ୧୧ ବଲ୍‌) ଦଳକୁ ୧୫ ବଲ୍ ପୂର୍ବରୁ ବହୁ ପ୍ରତୀକ୍ଷିତ ବିଜୟ ପ୍ରଦାନ କରିଥିଲେ। ବଢ଼ିଆ ଅର୍ଦ୍ଧଶତକ ପାଇଁ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଶୁକ୍ରବାର ମ୍ୟାଚ୍‌ର ‌େଶ୍ରଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ