ପଣ୍ଡିତ ନିରଞ୍ଜନ ବ୍ରହ୍ମା ଥିଲେ ଜଣେ ଅନନ୍ୟ ପ୍ରତିଭା ପ୍ରଥମ ଶ୍ରାଦ୍ଧ ଦିବସ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜ୍ୟୋତିଷ ବିଶାରଦ, ଯଜ୍ଞପୁରୁଷ, ବେଦବାଚସ୍ପତି ବାଣୀଭୂଷଣ ପଣ୍ଡିତ ଡଃ ନିରଞ୍ଜନ ବ୍ରହ୍ମାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ଶ୍ରୀ ସୀତାବଲ୍ଲଭ ମହାପାତ୍ର କହିଲେ ଯେ, ପଣ୍ଡିତ ଡଃ ନିରଞ୍ଜନ ବ୍ରହ୍ମା ଓଡ଼ିଶାରେ ଗଣିତ ଜ୍ୟୋତିଷ ଗଣନାରେ ଜଣେ ଅନନ୍ୟ ପ୍ରତିଭା ଥିଲେ । ଅଷ୍ଟୋତ୍ତରୀ ଓ ବିଂଶୋତ୍ତରୀ ଗଣନାରେ ସେ ସିଦ୍ଧହସ୍ତ ଥିଲେ । ଜଣେ ଯାଜ୍ଞିକ ଭାବରେ ପୁରୀର ଷୋଳଶାସନରେ ତାଙ୍କର ଯଥେଷ୍ଟ ପ୍ରତିଷ୍ଠା ଥିଲା ।ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ଡିନ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ପଣ୍ଡିତ ମହାଶୟଙ୍କର ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା । ଗୋଟିଏ ଗୋଟିଏ ଶ୍ଲୋକକୁ ସେ ପାଞ୍ଚ ପାଞ୍ଚ ପ୍ରକାର ଅର୍ଥ କରିପାରୁଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର, ବାସ୍ତୁବିତ ଡଃ ମନୋଜ ଲେଙ୍କା, ବୁଦ୍ଧ ମନ୍ଦିର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର, କଂଗ୍ରେସ ନେତା ପଦ୍ମାକର ଗୁରୁ, କବି ଭୁବନ ମୋହନ ମହାନ୍ତି ପ୍ରମୁଖ ବହୁ ଛାତ୍ର ଯୁବକ ଡଃ ବ୍ରହ୍ମାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ