ସ୍ୱାସ୍ଥ୍ୟ ପାଇଁ ପାନ

ପ୍ରାଚୀନ ଆୟୁର୍ବେଦରେ ପାନର କେତେକ ଔଷଧୀୟ ଗୁଣ ସମ୍ପର୍କରେ ବର୍ଣ୍ଣିତ ହୋଇଛି । ଏହାକୁ ଆଧୁନିକ ସମୟର ଚିକିତ୍ସକମାନେ ମଧ୍ୟ ସ୍ୱୀକାର କରିଲେଣି । ଖାଲି ପାନପତ୍ର ଚୋବାଇଲେ କେତେକ ରୋଗରୁ ଆଶ୍ୱସ୍ତି ମିଳିଥାଏ । ପେଟରେ ଅଲସର୍ ଥିଲେ ବି ଭଲ ହୋଇଯାଇଥାଏ । ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ବଦହଜମିର ଶିକାର ହୋଇଥାଆନ୍ତି । ସେମାନେ ଦିନ ସାରା ପାନ ଚୋବାଇଲେ, ଏଥିରୁ ରକ୍ଷା ପାଇ ପାରିବେ । କାରଣ ପାନରୁ ବାହାରୁଥିବା ଲାଳ ପାଚନ କ୍ରିୟାରେ ସହାୟକ ହୋଇଥାଏ । ଏଣୁ ପ୍ରତିଦିନ ଗୋଟିଏ ବା ଦୁଇଟି ପାନ ଖାଇବା ଜରୁରୀ ।
ପାନପତ୍ରରେ ବ୍ଲଡ ସୁଗାର ଓ ଆଣ୍ଟିଡାଏବେଟିକ୍ ଗୁଣ ଅଛି । ଆଉ ଏକ ଚମକପ୍ରଦ ତଥ୍ୟ ହେଉଛି ଯେ ପାନ ଚୋବାଇଲେ ମୁଖ୍ୟଗହ୍ୱର କର୍କଟ ହେବାର ଆଶଙ୍କା ନ ଥାଏ । ତେବେ ତମ୍ବାଖୁ ବା ମସଲାଯୁକ୍ତ ପାନ ଖାଇଲେ ସେଭଳି ଉପକାର ମିଳି ନ ଥାଏ । ମନେ ରଖନ୍ତୁ, ପାନ ପତ୍ରରେ ଥିୟାମାଇନ୍‌, ନିୟାମାସିନ୍‌, ରିନୋଫ୍ଲୋବିନ୍‌, କେରୋଟିନ୍‌, ଫାଇବର୍‌, ଭିଟାମିନ୍ ସି, ଭିଟାମିନ୍ ଏ, ପୋଟାସିଅମ୍‌, କାଲସିଅମ୍‌, ଆଇରନ୍ ଓ ଆୟୋଡିନ୍ ଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ