ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟକୁ ନେଇ କେନ୍ଦ୍ରାପଡା ବିଜେଡିର ବିଜୟ ଉତ୍ସବ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟକୁ ନେଇ କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂବରିହା ବିଧାୟିକା ଭାବେ ଜୟଯୁକ୍ତ ହୋଇଛନ୍ତି । ତେଣୁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିଜୟ ଉତ୍ସବରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ନଗରପାଳ ସରିତା ସାହୁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ସାଧାରଣ ସମ୍ପାଦକ ରଞ୍ଜିତ ସାହୁ, ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲିକ, ଛାତ୍ର ବିଜେଡି ସଭାପତି ପ୍ରଦିପ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ମହିଳା ବିଜେଡି ସଭାପତି ସୁମିତ୍ରା ପାଢୀ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ସରୋଜ ସାହୁ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଦେବଦାସ ମହାନ୍ତି, ଉମେଶ ନାୟକ, ରାଜେଶ ପଣ୍ଡା, ବିଜୟ ପତି, ପ୍ରଦୀପ୍ତ ମହାନ୍ତି, ସେକ ମହମ୍ମଦ ଇନାୟତ(ଚନ୍ଦନ), ସେକ ମତୁ, ଶିବ ପ୍ରସାଦ ଭଳ, ହିରଣ୍ୟ ପଣ୍ଡା, ଲୋହିତ ମହାନ୍ତି, ଲେଲିନ ସ୍ୱାଇଁ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନେ ଯୋଗଦେଇ ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ଓ ମହିଳାମାନଙ୍କ ବିଜୟ ବୋଲି ସ୍ଳୋଗାନ ଦେଇ ପରସ୍ପର ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ