ଆୟୁଷ ବିଦ୍ୟାଳୟରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୂଙ୍ଗିଯୋଡି ପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଆୟୁଷ ମିଶନ ଓ ରାଜ୍ୟ ସରକାରଙ୍କ ଆୟୁଷ ବିଭାଗ ମିଳିତ ଆନୁକୁଲ୍ୟରେ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡ଼ଃ ଭବାନୀ ଶଙ୍କର ପାଳ ଏବଂ ଡଃ ଶ୍ୟାମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଏସିଆ କହଁର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ଡ଼ଃ ଶ୍ୟାମାନନ୍ଦ ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନୋଜ କୁମାର ମିଶ୍ର, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ମହାକୁଡ଼, ଆୟୁର୍ବେଦ ଚିକିତ୍ସା ଜୀବନ ମୌଳିକର ଉପକାରୀତା ଓ ଚିକିତ୍ସାର ଉପାଦେୟତା ବିଷୟରେ ବୁଝାଇ ଥିଲେ । ଛାତ୍ର ଛାତ୍ରୀ ଓ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ତଥା ମାଗଣାରେ ଔଷଧ ବଣ୍ଟନ ହୋଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଯୋଗାଭ୍ୟାସ, କୁଇଜ୍ ପ୍ରତିଯୋଗିତା ଓ ଔଷଧୀୟ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ୨୦୦ ଛାତ୍ରଛାତ୍ରୀ ଭାଗ ନେଇ ଥିବା ବେଳେ ୪ ଜଣ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ପ୍ରତିଯୋଗିତାରେ ମୋ ସ୍କୁଲ ଅଭିଯାନ ସଭାପତି ବାମି କହଁର, ସ୍କୁଲ ସଭାପତି ବିଦ୍ୟାଧର କହଁର ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ