କେନ୍ଦ୍ରାପଡା ଜିଲ୍ଲା ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ବିଜୟ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶାର ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟକୁ ନେଇ କେନ୍ଦ୍ରାପଡା ଜିଲ୍ଲା ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା କୋର୍ଟ ପରିସରରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନେ ବିଜୟର ଶ୍ରେୟ ଦେଇଥିବା ବେଳେ ପଦ୍ମପୁର ବିଜେଡି ପ୍ରାର୍ଥୀନୀ ବର୍ଷାରାଣୀ ସିଂବରିହାଙ୍କ ବିପୁଳ ଭୋଟରେ ବିଜୟକୁ ନେଇ ଖୁସି ମନାଇବା ସହିତ ପରସ୍ପରକୁ ମିଷ୍ଟାନ୍ନ ଖୁଆଇ ଏହି ବିଜୟକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି । ରାଜ୍ୟ ବିଜେଡି ଲିଗାଲଫ୍ରଟର କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ମନୋଜ ସାହୁ, ବିଜୟ ପରିଡା, ରମାକାନ୍ତ ସ୍ୱାଇଁ, ସ୍ମୃତିରଞ୍ଜନ ସିଂ, ରମାକାନ୍ତ କାନୁନଗୋ, ଜିଲ୍ଲା ଓକିଲ ସଂଘ ଉପସଭାପତି ହାଡିବନ୍ଧୁ ସିଂ, ସୁରେଶ ନାୟକ, ନିରଞ୍ଜନ ବଳ, ଅରୁଣ ପ୍ରସାଦ ଦାସ, ବିରେନ୍ଦ୍ର କୁମାର ଦାସ, ଇତିହାସ ଲେଙ୍କା, ବ୍ରଜସୁନ୍ଦର ରାଉତ, ରଞ୍ଜନ ପଣ୍ଡା, ସେକ ଅଜିମୁଦିନ, ରେଣୁବାଳା ସାମଲ, ଉମାକାନ୍ତ ଲେଙ୍କା, ମାନସ ରଞ୍ଜନ ଧଳ, ଅନନ୍ତ ପାତ୍ର, ଶାନ୍ତିସ୍ୱରୂପ ଭୂୟାଁ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ନିରଞ୍ଜନ ମେକାପ, କିଶୋର ଚନ୍ଦ୍ର ପ୍ରଧାନ, ଧିରେନ୍ଦ୍ର କୁମାର ଦାସ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ, ବିଭୁ ପ୍ରସାଦ ପାତ୍ର , ଦେବାଶିଷ କୁବେର, ସେକ ୟୁସଫ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ