ପବିତ୍ର ହେରା ପଞ୍ଚମୀ ପାଳିତ : ଆଜିବି ବରାହ ନୃସିଂହ ଅବତାରରେ ଦର୍ଶନ ଦେବେ ଠାକୁର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଆଜି ପବିତ୍ର ହେରା ପଞ୍ଚମୀ ଅଟେ I ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରରୁ ଅଭିମାନିନୀ ମହାଲକ୍ଷ୍ମୀ ଅତ୍ୟନ୍ତ ରାଗରେ ଗୁଣ୍ଡିଚା ମନ୍ଦିର ନିକଟରେ ରହିଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ପୁଣି ଜଗନ୍ନାଥ ମନ୍ଦିରକୁ ଫେରି ଯାଇଛନ୍ତି I ମଧ୍ୟାହ୍ନରେ ସେବକମାନେ ମହାଲକ୍ଷ୍ମୀଙ୍କୁ ଏକ ସଵାରୀ ରେ ନନ୍ଦିଘୋଷ ନିକଟକୁ ଆଣି ପୁଣି ଫେରି ଯାଇଥିଲେ I ଗତକାଲି ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥ ବରାହ ନୃସିଂହ ଅବତାରରେ ଭକ୍ତଙ୍କ ଦର୍ଶନ ଦେଇଥିଲେ I ଆଜି ମଧ୍ୟ ଠାକୁର ଗତକାଲିର ସେହି ବରାହ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି. ହେରା ପଞ୍ଚମୀ ଯୋଗୁଁ ପାରଳାଖେମୁଣ୍ଡି ରଥଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ବେଶ ଭିଡ଼ ଆଜି ସକାଳୁ ସକାଳୁ ହିଁ ଦେଖାଦେଇଛି. ତିନି ଠାକୁରଙ୍କୁ ଦର୍ଶନ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥଯାତ୍ରାର ବିଭିନ୍ନ ମଜା ଉଠାଉଥିବା ଲକ୍ଷ୍ୟ କରାଯାଇଛି.