ପରିବେଶ ବଂଚିଲେ ଆମେ ବଂଚିବା
ବିପିନ ବିହାରୀ ମହାନ୍ତି
ଦୁଇଟି ବ୍ୟକ୍ତି ମଧ୍ୟରେ ସଂଗ୍ରାମକୁ ମାଡଗଡି, ଦୁଇଟି ଦଳ ବା ଦେଶ ମଧ୍ୟରେ ସଂଗ୍ରାମକୁ ଯୁଦ୍ଧ ଏବଂ ଏକାଧିବ ଦେଶ ଏକାଠି ହୋଇ ଅନୁରୂପ ଆଉ କିଛି ଦେଶ ସହିତ ସଂଗ୍ରାମ କଲେ, ତାକୁ ବିଶ୍ୱ ଯୁଦ୍ଧ କୁହନ୍ତି । ଏଥିରେ ବିଭିନ୍ନ ଦେଶ ବିଭିନ୍ନ ଦଳ ଗଠନ କରିଥାନ୍ତି । ଏହିପରି ବିା୍ବଯୁଦ୍ଧ ଏଯାଏଁ ପୃ୍ଥିବୀରେ ଦୁଇଥର ଘଟିଲାଣି । ପ୍ରଥମଟି ଘଟିଥିଲା ୧୯୧୪-୧୯୧୯ ମଧ୍ୟରେ ଏବଂ ଦ୍ୱିତୀୟଟି ସଂଘଟିତ ହୋଇଥିଲା ୧୯୩୯ ରୁ ୧୯୪୫ ମସିହା ମଧ୍ୟରେ । ବିଶ୍ୱାସ କରାଯାଏ, ଯଦି ଏହି ଯୁଦ୍ଧ ଆଉଥରେ ଘଟେ, ଏ ପୃଥିବୀ ଜନମାନବ ଶୂନ୍ୟ ହୋଇଯିବ । କାହିଁକି ବୋଲି ଏମିତି ପ୍ରଶ୍ନ ଆମ ମନରେ ଉଠିପାରେ । ପୂର୍ବେ ଅର୍ଥାତ୍ ପାରଂପରିକ ଯୁଦ୍ଧରେ ଦୁଇଜଣ ଲୋକ, ଦଳ ବା ଦେଶ ଭିତରେ ଘଟୁଥିଲା ଏବଂ ଏଥିରେ ମୃତାହତ କେବଳ ଯୁଦ୍ଧରତ ସୈନ୍ୟମାନଙ୍କର ଘଟୁଥିଲା ଏଥିରେ ସାଧାରଣ ଲୋକ, ନାରୀ, ଶିଶୁ, ଧର୍ମାନୁଷ୍ଠାନ , ଚିକିତ୍ସାଳୟ, ପଶୁପକ୍ଷୀ , ଶସ୍ୟକ୍ଷେତ୍ର ଏବଂ ସର୍ବୋପରି ପରିବେଶ କେହି ପ୍ରଭାବିତ ହେଉନଥିଲେ । ଅନ୍ୟପକ୍ଷରେ ଏ ସବୁ ଯୁଦ୍ଧରେ ସେହି ପାରମ୍ପରିକ ଅସ୍ତ୍ର:ଠେଙ୍ଗା, ଖଣ୍ଡା, ବର୍ଚ୍ଛା, ଭାଲି, ଭୂଜାଲି , କନ୍ତ, ଧନୁ , ଗୋଳାବାରୁଦ ଏବଂ ବନ୍ଧୁକ ିତ୍ୟାଦିର ବ୍ୟବହାର ହେଉଥିଲା । ପୁନଶ୍ଚ ଏହା ନିର୍ଦ୍ଦି. ଇ୍ୟକ୍ତି, ଦଳ ବା ରାଜ୍ୟ ପ୍ରତି ଉଦ୍ଦିଷ୍ଟ ଥିଲା । କିନ୍ତୁ ବିଶ୍ୱଯୁଦ୍ଧରେ ଯେଉର୍ ଅସ୍ତ୍ର ଗୁଡିକ ବ୍ୟବହାର ହେଲା, ସେଗୁଡିକ ଅତି ସାଂଘାତିକ ଏବଂ କ୍ଷତିକାରକ । ଏଥିରେ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ପତ୍ର ଆରମ୍ଭ କରି ଜଳ, ସ୍ଥଳ, ଆକାଶ ଏବଂ ବାୟୁର ଶିସକାର ଏବଂ ପ୍ରଦୂଷିତ ହେଲା । ମଣିଷ ଯାହାକୁ ଆରଧାର କରି ବଂଚିବା କଥା, ତାହା ମରଣଯନ୍ତା ପାଲଟିଗଲା । ଏମିତି ଏଯାଏଁ ଯ୍ଣେଚ୍ଛ ଅସ୍ତ୍ର ବ୍ୟବହଅତ ହେଉଛି, ତା ମଧ୍ୟରେ ସବୁଠାରୁ ସାଂଘାତିକ ହେଲା ପରମାଣୁ ବୋମା । ଏହି ବୋମାର ଆବିଷ୍କାରକ ହେଲେ ଆଲବର୍ଟ ଆଇନଷ୍ଟାଇନ ଏବଂ ଏହା ସର୍ବପ୍ରଥମ ସ୍ତର ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ତର‘ରୁ ଜାପାନ ଉପରେ ପ୍ରୟୋଗ କରାଯାଇଥିଲା । ପ୍ରତମଟି ପ୍ରୟୋଗ ହୋଇଥିଲା ୧୯୪୫ ମସିହା ଅଗଷ୍ଟ୬ ତାରିଖରେ ଜାପାନ ହିରୋସୀମା ସହରରେ ଏହି ପରମାଣୁ ବୋମାର ନାମ ଥିଲା ବାଳବ ବା ଲିଟିଲ୍ ବଏ । ଦ୍ୱିତୀୟଟି ପ୍ରୟୋଗ ହୋଇଥିଲା ଜାପାନର ଅନ୍ୟ ଏକ ସହର ନାଗାସାକୀରେ ସେହି ଅଗଷ୍ଟ ୯ ତାରିଖରେ । ଏହାର ନାମ ଥିଲା ମୋଟା ଲୋକ ବା ‘୍ୟାଟ ମ୍ୟାନ । ଦ୍ୱତିୟଟି ପ୍ରଥମଟି ଅପେକ୍ଷା ବହୁ ଶକ୍ତିଶାଳୀ ଏହି ପରମାଣୁ ବୋମାର ପ୍ରୟୋଗରେ ପ୍ରଚୁର ତେଜସ୍କ୍ରିୟ ରଶ୍ମି ନିର୍ଗତ ହୁଏ । ପ୍ରୟୋଗ ସ୍ଥାନରେ ଚାପ ଓ ଉତ୍ତାପ ବଢେ । ପ୍ରଚର୍ଡ ବିସ୍ପୋରଣ ଘଟି ଗଗନ, ପବନ ଓ ପୃଥିବୀ ପ୍ରକମ୍ପିତ କରେ । ଭୂକମ୍ପରେ ଓଲଟପାଲଟ ପରି ସେ ସ୍ଥ୍ାନର ଭୁଗୋଳ ଏପଟସେପଟ ହୋଇଯାଏ । ଏହି କାରଣରୁ ଜାପାନର ସେ ଦୁିଟି ସହର ସଂପୂର୍ଣ୍ଣ ଧ୍ୱଂସ ହୋଇଗଲା । ଲକ୍ଷ ଲକ୍ଷ ଲୋକ ପ୍ରାଣତ୍ୟାଗ କଲେ । ତଥା ପ୍ରଭାବିତ ଯିଏ ବଂଚିଗଲେ, ସେମାନେ ପଂଗୁ ଓ ଚିର ରୁଗ୍ଣ ହୋଇଗଲେ । ସାଂପ୍ରତିକ ପରମାଣୁ ଯୁଗର ଯୁଦ୍ଧରେ ଏହିପରି ଏ ପରିବେଶ ଶୋଷିତ ଏବଂ ପ୍ରଦୂଷିତ ହେଉଛି । ଶସ୍ୟକ୍ଷେତ୍ର ଧ୍ୱସ୍ତବିଧ୍ୱସ୍ତ, ଜଂଗଲ ପୋଡି ଜଳିଯାଉଛି । ମାଟି ହେଉଛି ବିଷାକ୍ତ , ପ୍ରାଣିଜଗତ ମୃତ୍ୟୁର ଶିକାର , ଜଳ ଏମିତିକ ପାନୀୟ ଜଳରେ ଗରଳ ପବନରେ ଜହର. . . ଏବଂ ପୃଥିବୀର ସର୍ବତ୍ର ଅଶାନ୍ତି ଇତ୍ୟାଦି ଇତ୍ୟାଦି । ଆଇନ୍ଷ୍ଟାଇନ କହିଥିଲେ ଯଦି ପୃଥିବୀରେ ତୃତୀୟ ବିଶ୍ୱଯୁଦ୍ଧ ହୁ. ଏ ଧରାର ମଣିଷ ଜାତି ସଂପୂର୍ଣ୍ଣ ପୋଛି ହୋଇଯିବ । ଏଣୁ ହେ ସାଧୁମାନେ , ସାବଧାନ ରୁହ ।
ଏହାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ତର‘ରୁ ଏକ ଆଇନ ନାମା ୬ ନଭେମ୍ବର ୨୦୦୨ ଠାରୁ କାର୍ଯ୍ୟକାରୀ ହେଉଛି । ଏହାର ଉଦ୍ଦେଶ୍ୟ ଆମ ଏ ବିଶ୍ୱକୁ ଅର୍ଥାତ୍ ପରିବେଶଜନିତ କ୍ଷୟକ୍ଷତି ଓ ଶୋଷଣ ଯାହାକି ଯୁଦ୍ଧ ଜନିତ ରକ୍ଷା କରିବା । ପରିବେଶ ବଂଚିଲେ ଆମ ବଂଚିବା, ଆସନ୍ତୁ ବିଶ୍ୱ ପରିବେଶ ଶୋଷଣ ନିରାକରଣ ଦିଗରେସହାୟକ ହେବା । ପୃଥିବୀ ଏକ ପରିବାର, ତାକୁ ନକର ଛାରଖାର ଯଦି ଆମର ମନ୍ଦମତି, ବିନାଶ ଏ ମଣିଷ ଜାତି ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ବିକାଶନଗର, ଜଟଣୀ,
ଦୂରଭାଷ : ୯୯୩୮୩୪୪୧୩୮


