ପାଚିକା ସହାୟକା ସଂଘର ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘ ତରଫରୁ ,କଳାହାଣ୍ଡି ଜିଲ୍ଲା ସଭାପତି ଅକ୍ଷୟ କୁମାର ମେହେରଙ୍କ ନେତୃତ୍ୱରେ ବାଲିଗୁଡାରେ ଏକ ଶୋଭାଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ୧୫ ଦଫା ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି -ପାଚିକା ସହାୟିକାଙ୍କୁ ମାସିକ ପାରିଶ୍ରମିକ ୧୦ହଜାରଟଙ୍କା ପ୍ରଦାନ କରାଯାଉ । ମାନ୍ୟବରହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୪ ମାସର ବକେୟା ଦରମା ପ୍ରାପ୍ୟ ତୁରନ୍ତ କରାଯାଉ । ୧୦ ମାସ ପରିବର୍ତେ୧୨ ମାସର ପାରିଶ୍ରାମିକ ପ୍ରଦାନ କରାଯାଉ ।ପାଚିକା ମାନଙ୍କୁ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରାଯାଉ ।କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ଏକକାଳିନ ୧ଲକ୍ଷ ଟଙ୍କା ପ୍ରଦାନ ସହିତ ପରିବାରର ଜଣଙ୍କୁ ପାଚିକା ଭାବେ ନିଯୁକ୍ତି କରାଯାଉ ।ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରିବା ଓ ଅବସରପ୍ରାପ୍ତ ପରେ ମାସିକ ପେନସନ ପ୍ରଦାନ କରାଯାଉ ।ବିଭିନ୍ନ ବିଦ୍ୟାଳୟରେ ନୁତନ ଭାବେ ନିଯୁକ୍ତି ପାଇଥିବା ପାଚିକାଙ୍କୁ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ ରାଯାଉ । ବାଲିଗୁଡା ସଂଘର ସଭାପତି ଦିକାସିନୀ ପ୍ରଧାନୀ ,ସମ୍ପାଦକ ସେବତି ମଳିକ, ସତ୍ୟଶିଳା ପ୍ରଧାନୀ,ଚତୁର୍ଥୀ ବେହେରା ଯଶବନ୍ତି ସାହୁବାସନ୍ତି ପାତ୍ର ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।


