ପାଟକୁରା ପୁଲିସ ର ଏନକାଉଣ୍ଟର

କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ଛକ ଠାରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନଦିମ୍ ଆହତ ହୋଇଛି। ତାର ବାମ ଗୋଡରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ନଦିମ୍‌କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଗୁଳି ଭର୍ତ୍ତି ହୋଇଥିବା ଗୋଟିଏ ପିସ୍ତଲ ଓ ସ୍କୁଟି ଜବତ କରାଯାଇଛି। ନଦିମ୍‌ ନାମରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧୀକ ମାମଲା ରହିଥିବାର ଜଣାପଡିଛି।

ଶନିବାର ଭୋର ସମୟରେ ନଦୀମ ନିଜ ସହଯୋଗୀକୁ ବନ୍ଧୁକ ଦେବାକୁ କ୍ରିଷ୍ଣାନନ୍ଦପୁର ଗ୍ରାମକୁ ଆସିଥିଲା। ସେହି ସମୟରେ ତାର ପାଟକୁରା ଥାନା ପୁଲିସ ସହ ମୁହାଁମୁହିଁ ହୋଇଥିଲା। ସେ ପୁଲିସକୁ ଦେଖି ଖସି ପଳାଉଥିଲା। ସେହି ସମୟରେ ପାଟକୁରା ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ ମିଳିତ ଭାବେ ତାକୁ ଏନକାଉଣ୍ଟର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ