କେନ୍ଦ୍ର ସରକାର ଙ୍କ କୃଷି ଆଇନ ସପକ୍ଷରେ କଳାହାଣ୍ଡି ବିଜେପି ର ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି,(ଓ୍ବାଇଏନ୍ଏସ୍):କୃଷି ଓ କୃଷକ ର କଲ୍ୟାଣ ପାଇଁ ଅଣାଯାଇଥିବା ଯୁଗାନ୍ତକାରୀ କୃଷି ଆଇନକୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ ନୂତନ କୃଷି ଆଇନ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏହି ଆଇନ ଦ୍ୱାରା ଚାଷୀ ପାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ ରେ କୌଣସି ପରିବର୍ତନ ହୋଇନାହିଁ | କେନ୍ଦ୍ର ସରକାର ଏହି ବିଧେୟକ ଆଣିବାର ୨୪ ଘଣ୍ଟା ଭିତରେ ଗହମ ସମେତ ଛ ଗୋଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ରେ ବୃଦ୍ଧି କରିଛନ୍ତି | ଏହି ଆଇନ ଦ୍ୱାରା ୨୦୨୨ସୁଦ୍ଧା କୃଷକ ତାର ଆୟକୁ ନିଶ୍ଚୟ ଦ୍ୱିଗୁଣିତ କରିପାରିବ ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ । ଏହି ଆଇନ କୃଷକ ମାନଙ୍କୁ ମଧ୍ୟସ୍ଥି ମାନଙ୍କ ଦାଉରୁ ରକ୍ଷା କରିବ, କରଣ କୃଷକ ଓ ଖାଉଟି ମଧ୍ୟରେ ମଧ୍ୟସ୍ଥି ଭାବରେ ରହୁଥିବା ଵ୍ୟକ୍ତି ମାନେ କୃଷି ଉତ୍ପାଦନ ରୁ ଲାଭବାନ ହେଉଥିବା ବେଳେ ଉଭୟ ଚାଷୀ ଓ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି | କେନ୍ଦ୍ର ସରକାର ଧାନ ର ଏମଏସପି ୧୮୬୮ ଟଙ୍କା ଦେଉଥିବା ବେଳେ ମଣ୍ଡି ରେ ତିନି ରୁ ଆଠ କେଜି ପର୍ଯ୍ୟନ୍ତ କଟନି ଛଟନି ହେଉଥିବାରୁ ଚାଷୀ ପ୍ରକୃତ ମୂଲ୍ୟ ପାଇପାରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ | ମଣ୍ଡି ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ଅର୍ଥ ର ବ୍ୟବସ୍ଥା କରିଥିବା ସ୍ଥଳେ ଅଦ୍ୟାବଧି ଓଡିଶା ରେ ମଣ୍ଡି ଭିତ୍ତିଭୂମି ସୁଧୁରି ନାହିଁ ବୋଲି ସେ କହିଥିଲେ | ତେବେ ଆଗାମୀ ତିନି ମାସ ବିଜେପି କୃଷକ ମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ ମାଧ୍ୟମରେ ଓଡିଶା ର ୩୫୦୦ ମଣ୍ଡି କୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରତ୍ୟେକ ମଣ୍ଡି ରେ କୃଷକ ପଂଚାୟତ ଆୟୋଜନ କରିବ ଏବଂ ନୂତନ କୃଷି ନୀତି ସପକ୍ଷରେ ଚାଷୀ ମାନଙ୍କୁ ଅବଗତ କରିବ ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ | ସାମ୍ବାଦିକ ସମ୍ମିଳନୀରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଭାନୁ ପ୍ରକାଶ ରଥ, ଜୟଶଙ୍କର ପଣ୍ଡା, ପ୍ରଶାନ୍ତ ସାହୁ, ଶର୍ମିଷ୍ଠା ମେହେର, ରମେଶ ମାଝୀ ପ୍ରମୁଖ ଯୋଗ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ