ପାଣ୍ଡିଆନଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ଜଣେ ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲା ରାମଗିରି ଥାନା ପରିସଲ -ଗ୍ରାମ ନିକଟରେ ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟାରେ ପୋଲିସ ଏସ୍କର୍ଟ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ଯୁ ଘଟିଛି। ଏନେଇ ଅଞ୍ଚଳବାସୀ ୨୦ ଲକ୍ଷ ଟଙ୍କା ଦାବି କରି ରାସ୍ତା ରୋକ କରିଥିଲେ. ମୃତକଙ୍କ ପରିବାର ଲୋକଙ୍କ ଲିଖିତ ଅଭିଯୋଗରେ ଗଜପତିର ଆର. ଉଦୟଗିରି ପୋଲିସ ଥାନାରେ ଏକ ମୋକଦ୍ଦମା ରୁଜୁ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ପରିସଲ ଗ୍ରାମର ସରସ ଆନନ୍ଦ (୫୫)। ରାମଗିରିରେ – ୫-ଟି ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମକୁ ସୁରକ୍ଷା ଦେବାକୁ ଆସିଥିବା ପୋଲିସ ଟ୍ୟୁଟି ” ସାରି ଫେରୁଥିଲା ବେଳେ ସରସ ଏକ ଲୁନାରେ ଯାଇଥିଲେ। ଏହି ସମୟରେ ପୋଲିସ ଏସ୍କର୍ଟ ଗାଡ଼ିଟି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସରସଙ୍କୁ ଗୁରୁତର ଅବସ୍ଥାରେ ସେହି ପୋଲିସ ଅଧୁକାରୀମାନେ ଉଦ୍ଧାର କରି ରାମଗିରି ରାମଗି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ – ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରିବାରର ଜଣେ – ବ୍ୟକ୍ତି ନିଜ ଦେହରେ ପେଟ୍ରୋଲ “ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଦେଖୁବାକୁ ମିଳିଥିଲା।ମୃତକଙ୍କ ପରିବାର ସଦସ୍ୟଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ଜଣଙ୍କୁ ଣଙ୍କୁ ଚାକିରି ଓ ମୃତଦେହ ସତ୍କାର ପାଇଁ ୨୦ ହଜାର ଟଙ୍କା ଦାବିକରି ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ରାତି ପ୍ରାୟ ୯ଟା ସମୟରେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚ୍ ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ସତ୍କାର ପାଇଁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଓ ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଏ ନେଇ ଆର.ଉଦୟଗିରି ଏସ୍ଡିପିଓ ଅଶ୍ୱିନୀ ନାୟକ କହିଛନ୍ତି, ମୃତ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ନଂ ୫/୨୪ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।