ପାରଳାଖେମୁଣ୍ଡି ନୃସିଂହନାଥ ମଠରେ ମାଳତୀ ଝୁଲଣ ଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ଚାଲିଥିବା “ମାଳତୀ ଝୁଲଣ ଯାତ୍ରା” ଚତୁର୍ଥ ଦିନ।ଏହି ଯାତ୍ରା ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀ ଠାରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ଯାଏଁ “ମାଳତୀ ଝଲଣ ଯାତ୍ରା” ଅନୁଷ୍ଠିତ ହେବ। ଏହି ଉତ୍ସବର ମୂଳଲକ୍ଷ୍ୟ ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ପରେ ପରେ ବର୍ଷା ଋତୁର ଆଗମନରେ ବୃନ୍ଦାବନର ଶ୍ୟାମଳ ଶୋଭାକୁ ଦେଖି କରି ଗୋପୀମାନଙ୍କ ମନରେ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କୁ ଝୁଲଣ ବିହାର କରାଇବା ପାଇଁ ଇଚ୍ଛା ଜାଗୃତ ହେଲା , ସେତେବେଳେ ପୂର୍ଣ୍ଣିମାସୀ ଓ ବୃନ୍ଦାଦେବୀ ବୃନ୍ଦବନକୁ ବିଭିନ୍ନ ଫଳ ଓ ପୁଷ୍ପରେ ସଜାଇ ଥିଲେ। ଏହି ଉତ୍ସବକୁ ସ୍ମରଣ କରି ବିଭିନ୍ନ ଆଚାର୍ଯ୍ୟ ମାନଙ୍କ ପରମ୍ପରା ଅନୁସାରେ ଶହ ଶହ ବର୍ଷ ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି। ଏହି ଉତ୍ସବଟି ମାଳତୀ ଫୁଲ ଦ୍ୱାରା ସାଜସଜା ଠାକୁର ଶ୍ରୀରାଧାକୃଷ୍ଣଙ୍କୁ ଝୁଲଣ କୁଞ୍ଜରେ ବିଜେ କରାଇ ତାଳ , ମୃଦଙ୍ଗ, ଘଣ୍ଟ , ଶଙ୍ଖ ଧ୍ୱନିରେ ପାରମ୍ପାରିକ ନୀତିରେ ନୀତିକାନ୍ତ କରାଯାଇଥାଏ।
ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠରେ ଶହେ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ଯାତ୍ରା ପାଳିତ ହୋଇଆସୁଛି । ଶ୍ରୀରାଧାକୃଷ୍ଣ ଦୁହେଁ ଝୁଲଣ କୁଞ୍ଜରେ ବିଜେ ପରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ସଂକୀର୍ତ୍ତନ , ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ