ଜଗନ୍ନାଥ ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ କାର୍ଯକ୍ରମ

ହାଟଡିହି  (ଓ୍ବାଇଏନଏସ): ଆଜି ବସନ୍ତିଆସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚାରଣ ଜିଲ୍ଲା ସଙ୍ଗଠନ ତରଫରୁ ବଡ ଠାକୁର ବଳଭଦ୍ର ଦେବଙ୍କ ଜନ୍ମଦିନ ସହିତ ପବିତ୍ର ରକ୍ଷା ବନ୍ଧନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାରଣ ଜିଲ୍ଲା ସଙ୍ଗଠକ ତପନ କୁମାର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବିଷ୍ଣୁ ସହସ୍ର ନାମ, ଗୀତାର ପଞ୍ଚଦଶ ଅଧ୍ୟାୟ, ହନୁମାନ ଚାଳିଶା, ଜଗନ୍ନାଥ ସ୍ତୁତି, ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ ହୋଇଥିଲା। ପୂଜକଙ୍କ ଦ୍ୱାରା ମଙ୍ଗଳ ଆଳତି ସରିଲା ପରେ ଚାରଣ ଗୋଷ୍ଠୀ ର ଭଉଣୀ ମାନଙ୍କ ଦ୍ୱାରା ଆମ ସଂସ୍କୃତି କୁ ଆଧାର କରି ବିଦେଶୀ ରାକ୍ଷୀ କୁ ବର୍ଜନ କରି ନିଜ ହାତରେ ତିଆରି କରିଥିବା ଫୁଲ, କଦଳୀ ପଟୁଆ ଓ ସ୍ୱଦେଶୀ ଜିନଷକୁ ଆଧାର କରି ତିଆରି କରିଥିବା ରାକ୍ଷୀ କୁ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ। ପୂଜକ ଆଶୁତୋଷ ତିଆଡି, ତପନ କୁମାର ନାୟକ, ନିରଞ୍ଜନ ମହାପାତ୍ର, ସୌରଭ ରଂଜନ ଦାସ, ବ୍ରଜରାଜ ବିଶ୍ୱାଳ, ତୁଷାର କୁମାର ସା, କଳାକାର ସାହୁ, ମଧୁସୂଦନ ନାୟକ, ଗୀତାଞ୍ଜଳି ପହୀ, ସତ୍ୟାନନ୍ଦ ସାହୁ, ଦୀପା ଓଝା, ମିନତୀ ପଣ୍ଡା, ରେଣୁବାଳା ବିଶ୍ୱାଳ, ସ୍ନେହଲତା ଦାସ, କୁମୁଦିନି ମହାପାତ୍ର, ରଜନୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବସନ୍ତିଆ ଚାରଣ ଶାଖା, କଡମ୍ବଡିହି ଚାରଣ ଶାଖା, ସିଲନ୍ଦି ଚାରଣ ଶାଖା, ହାଟଡିହି ଚାରଣ ଶାଖା ର ମାଆ ଓ ଭାଇମାନେ  ସମ୍ପୁର୍ଣ୍ଣ ଭାବେରେ ସହଯୋଗ କରିଥିଲେ। ଚାରଣ ଗୋଷ୍ଠୀର ଭଉଣୀ ମାନେ ସମସ୍ତ ଭାଇ ମାନଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ଦୀପ ଜଳାଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ସମାଜର ମଙ୍ଗଳ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ