ପାରଳାଖେମୁଣ୍ଡି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨୭ ଜଣ ଜୂଆଡି ଗିରଫ

ପାରଳାଖେମୁଣ୍ଡି- ତାରିଣୀ ପ୍ରସାଦ ପଣ୍ଡା(ଯୁଗାବ୍ଦ ନ୍ୟୁଜ) –ପାରଳାଖେମୁଣ୍ଡିରେ ଚାଲିଛି କୁମର ପୂର୍ଣିମା ଉତ୍ସବ ଏହି ଉତ୍ସବରେ ପରମ୍ପରା ରୂପେ ଜୁଆ ଖେଳନ୍ତି ଅଞ୍ଚଳବାସୀ କିନ୍ତୁ ଏହି କୁମାର ପୂର୍ଣିମା ଆଗ ରାତ୍ର ଏସପି ସାରା ଶର୍ମାଙ୍କ ନିଦ୍ଦେର୍ଶ କ୍ରମେ ଆଦର୍ଶ ଥାନା ପୁଲିସ ଚଢାଉ କରିଥିଲା ବିଭିନ୍ନ ଜୁଆ ଆଡାଉପରେ। ଏହି ଜୁଆ ଆଡା ଉପରେ ଚଢାଉ କରି ୨୭ ଜଣ ଜୂଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପାରଳାଖେମୁଣ୍ଡି ରାଜନଗର ଛକଠାରୁ ୬ ଜଣ ଜୂଆଡିଙ୍କୁ ଗିରଫ କରି ୧୪୦୦୦ ଟଙ୍କା ସହ ୩ ଗୋଟି ମୋବାଇଲ ଫୋନ, ନୂଆ କିମ୍ପସାହି ଠାରୁ ୧୫ ଜଣଙ୍କୁ ଗିରଫ କରି ୧,୧୩ହଜାର ଟଙ୍କା ସହ ୭ ଗୋଟି ମୋବାଇଲ ଫୋନ ଓ ପାରଳାସାହିରୁ ୬ ଜଣଙ୍କୁ ଗିରଫ କରି ୪୧୦୦ ଟଙ୍କା ୫ ଗୋଟି ମୋବାଇଲ ଫୋନ ସହ ୫ଟି ମଟର ସାଇକେଲ ଜବତ କରିଛି ଆଦର୍ଶ ଥାନା। ଏ ସଂପର୍କରେ ଆଜି ପାରଳାଖେମୁଣ୍ଡି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏବଂ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ