ପାରଳାଖେମୁଣ୍ଡି ବନଖଣ୍ଡରେ ବିଶ୍ବ ବନ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ କାର୍ଯ୍ୟାଳୟରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନଖଣ୍ଡ ଅଧିକାରୀ ଏସ ଆନନ୍ଦ, ସହକାରୀ ବନ ସଂରକ୍ଷକ ଅରୁଣ କୁମାର ସାହୁ, ସାଇନ ଦାଶ ଏବଂ ମୋହନା ବ୍ଲକ ପୋଈପାଣି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣାକର ରାଇକା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲ, ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ପୋଈପାଣି ପ୍ରାଥମିକ ବିଦ୍ୟାଳୟ ର ପ୍ରାୟ ୫୦ ରୁ ଉଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ବିଶ୍ବ ବନ ଦିବସ ଅବସରରେ ଆଜିର ବିଷୟବସ୍ତୁ ” ଜଙ୍ଗଲ ଓ ତାର ଅଭିନବୀକରଣ ” ଉପରେ ଆଲୋକପାତ କରାଯାଇଥିଲା । ଜଙ୍ଗଲକୁ ଜଙ୍ଗଲକୁ କିପରି ସୁରକ୍ଷା କରିବା, କିପରି ଅଭିନବ ରୂପରେ ରକ୍ଷଣାବେକ୍ଷଣ ଓ ସୁପରିଚାଳନା କରାଯାଇପାରିବ ଏବଂ ଜଙ୍ଗଲ କୁ ଧ୍ବଂସ ନ କରି ନୂତନ ଉପାୟରେ କିପରି ଜଙ୍ଗଲ ସୃଷ୍ଟି କରାଯାଇପାରିବ ସେହି ବିଷୟରେ ବନଖଣ୍ଡ ଅଧୂକାରୀ ଏସ ଆନନ୍ଦ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଜଙ୍ଗଲକୁ କିପରି ସୁରକ୍ଷା ଓ ଜଙ୍ଗଲ ରୁ ଆମେ କଣ କଣ ପାଇଥାଉ, ଜଙଲ ଦ୍ବାରା ଆମର କଣ ଉପକାରିତା ମିଳେ, ଆଜିକା ଦିନରେ ପିଲାଟିଏ ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ଜନ୍ମ ବାର୍ଷିକୀ ଉତ୍ସବରେ ଗୋଟିଏ ଗଛ ଲଗାଇବା ସେ ବିଷୟରେ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଆଇସା ଲିମା କହିଥିଲେ । ବିଶ୍ୱ ବନ ଦିବସ ଅବସରରେ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଯୋଗୁଁ ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ପୋଈପାଣି ପ୍ରାଥମିକ ବିଦ୍ୟାଳୟ କୁ ସରକାରଙ୍କ ତରଫରୁ ୧୦,୦୦୦/- ଚେକ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ସେହିପରି ଜଙ୍ଗଲ ବନ୍ୟଜନ୍ତୁ ଙ୍କ ସୁରକ୍ଷା, ବୃକ୍ଷରୋପଣ, ବେଆଇନ କାଠ ଚୋରା ଚାଲାଣ, ବେଆଇନ ଶିକାର ଇତ୍ୟାଦି ରୋକିବା ଏବଂ ଜନ ସାଧାରଣ ଙ୍କୁ ସାହାଯ୍ୟ କ୍ଷତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ପାରଳାଖେମୁଣ୍ଡି ବନଖଣ୍ଡର ବନପାଳ ଦେବାଶିଷ ଶତପଥୀ, P. ଭେଙ୍କଟ ରମଣ, ଦୁର୍ଯ୍ୟଧାନ ଜେନା, ବନରକ୍ଷୀ ସୁମିନା ଗମାଙ୍ଗ ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ସମ୍ମାନିତ କରିଥିଲେ । ଜଙ୍ଗଲ ରକ୍ଷଣାବେକ୍ଷଣ ଓ ପରିଚାଳନା, ଜଙ୍ଗଲ ପେଟ୍ରୋଲିଙ୍ଗ, ବନ୍ୟଜନ୍ତୁ ଙ୍କ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ଥିବା ୧୨ ଜଣ ଜଙ୍ଗଲ ସୁରକ୍ଷା କର୍ମୀ ଙ୍କୁ ସମ୍ମାନିତ କରିଥିଲେ । ସେହିପରି ବନଖଣ୍ଡ ରେ କାର୍ଯ୍ୟରତ ସମସ୍ର ଡାଟା ଏଣ୍ଟ୍ରି ଅପେରେଟର୍‌ ଙ୍କୁ ସେମାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ସମସ୍ତଙ୍କୁ ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ସମ୍ମାନିତ କରିଥିଲେ । ଆଜି ବିଶ୍ୱ ବନ ଦିବସ ଅବସରରେ ବନଖଣ୍ଡ ରେ ୭ ଗୋଟି ବନାଞ୍ଚଳ ଯଥା ଦେବଗିରି, କାଶୀନଗର, ମହେନ୍ଦ୍ର, ରାମଗିରି, ରା ଉଦୟଗିରି, ମୋହନା, ଚନ୍ଦ୍ରଗିରି ରେ ବନାଞ୍ଚଳ ସୁରୀୟ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବନପାଳ Pଭେଙ୍କଟ ରମଣ, ସନ୍ତୋଷ କୁମାର ପରିଛା, ବନରକ୍ଷୀ ପ୍ରସାଦ ନାୟକ, ଜଙ୍ଗଲ ସୁରକ୍ଷା କର୍ମୀ ଆକାଶ ପଧାନ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ବନଖଣ୍ଡର ସହକାରୀ ବନ ସଂରକ୍ଷକ ଅରୁଣ କୁମାର ସାହୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ