ପାରଳାରେ ପୁଣି ମାତିଲେ ଲୁଟେରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପୁଣିଥରେ କଳାକନା ବୁଲାଇଲେ ଲୁଟେରା । ଘଟଣାଟି ଘଟିଛି ପାରଳା ସହରେ ୱାର୍ଡ ନମ୍ବର ୩ ଅଧିନସ୍ଥ ନୂଆନଡ଼ିଆତୋଟା ସାହିର ଏକ ବନ୍ଦ ରହିଥିବା ଘରେ କଳାକନା ବୁଲାଇବା ସହ ଘରୁ ପ୍ରାୟ ୫ ଭରି ସୁନା ନେଇ ଚମ୍ପଟ ମାରିଛନ୍ତି ଲୁଟେରାମାନେ। ଘଟଣାରୁ ପ୍ରକାଶ, ପାରଳା ସହରର ନୂଆନଡ଼ିଆତୋଟା ସାହି ନିବାସୀ ବିଗ୍ନରାଜ ପାଟଯୋଶୀ ଗତ ଶନିବାର ଦିନ ନିଜ ଘରେ ତାଲା ଦେଇ କିଛି କାମରେ ଗୁଣୁପୁର ଯାଇଥିଲେ। ଗତକାଲି ପୂର୍ବାହ୍ନରେ ତାଙ୍କ ପୁତୁରା ଦେବାଶିଷଙ୍କୁ ନିଜର ଗାଡି ପାରଳାଖେମୁଣ୍ଡିରୁ ଆଣିବା ପାଇଁ କହିଥିଲେ। ତାଙ୍କ ପୁତୁରା ଗତକାଲି ଗାଡି ନେବା ପାଇଁ ଘରକୁ ପହଁଚି ଦେଖିବା ବେଳେ ତାଙ୍କ ଘର କବାଟ ଖୋଲା ରହିଛି. ଏଥିସହ ଘରେ ମଧ୍ୟରେ ବିଭିନ୍ନ ଆଟାସ ପେଡି ଖୋଲା ପଡ଼ିଥିବା ଦେଖି ଏହି ସମ୍ପର୍କରେ ବିଗ୍ନରାଜଙ୍କୁ ଜଣାଇଥିଲେ. ଏହି ଘଟଣା ନେଇ ବିଗ୍ନରାଜ ବିବ୍ରତ ହୋଇ ଗୁଣୁପୁର ଠାରୁ ପାରଳାଖେମୁଣ୍ଡି ପହଁଚିବା ସହ ପୁଲିସକୁ ଲିଖିତ ଅଭିଯୋଗ କରିଥିଲେ। ସେ ଦେଇଥିବା ସୂଚନା ମୁତାବକ ଘରେ ଆଟାସରେ ଥିବା ୫ ଭରି ସୁନାକୁ ଲୁଟି ନେଇଛନ୍ତି ଲୁଟେରା ମାନେ। ଏହା ସମ୍ପର୍କରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି ଆଇଆଇସି ପ୍ରଶାନ୍ତ ଭୂପତି ।