ପାରଳାରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଗତକାଲି ଅପରାହ୍ନରେ ବଜ୍ରପାତ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ବି.ଆପଲସ୍ଵାମୀ (୪୩) । ତାଙ୍କ ଘର ପାରଳାଖେମୁଣ୍ଡି ଖଞ୍ଜା ମାଦିଗା ସାହିରେ ବୋଲି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ, ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଜିଲାର ଉଭୟ ମୋହନା ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଚାଲିଥିଲା । ଲୋକଙ୍କ ପାଇଁ କଲେଜ ଖେଳ ପଡ଼ିଆରେ ପ୍ରଶାସନ ପକ୍ଷରୁ ଏଲଇଡି ବ୍ୟବସ୍ଥା କରାଯାଇଥିଲା । ଲୋକେ ଉତ୍ସାହର ସହ ନିର୍ବାଚନ ଫଳାଫଳ ଦେଖୁଥିଲେ ଅପରାହ୍ନରେ ହଠାତ୍ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ହୋଇଥିଲା. ଲୋକେ ସେଠାରୁ ଏଣେତେଣେ ପଳାଉଥିଲେ. ସେହି ସମୟରେ ବଜ୍ରପାତ ହେବାରୁ ଗଛମୂଳେ ରହିଯାଇ ଥିବା ଅପଲସ୍ୱାମୀଙ୍କୁ ଆଘାତ ଦେଇଥିଲା । ଖବର ପାଇ ପୋଲିସ୍ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ୍ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ