ପାରଳାରେ ମା ଶ୍ୟାମାକାଳୀଙ୍କ 49 ତମ ପୂଜାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଏକମାତ୍ର ମା ଶ୍ୟାମାକାଳୀଙ୍କ ପୂଜା ପାରଳାଖେମୁଣ୍ଡି ସହରର ନେହେରୁ ଛକ ଠାରେ ମହାସମାରୋହରେ ଗତକାଲି ସନ୍ଧ୍ୟା ଠାରୁ ଆରମ୍ଭ ହୋଇଯାଇଛି. 49 ତମ ଶ୍ୟାମାକାଳୀଙ୍କ ପୂଜା ଅବସରରେ ନେହେରୁ ଛକ ମା ଶ୍ୟାମାକାଳୀ ପୂଜା କମିଟି ତରଫରୁ ଭରତ ଭୂଷଣ ମହାନ୍ତି, ପ୍ରୋନାଜ ପଟ୍ଟନାୟକ, ପ୍ରଶାନ୍ତ ପାତ୍ର, ଫିରୋଜ ପଟ୍ଟନାୟକ, ଅଶୋକ ଗନ୍ତାୟତ, ମନୋଜ ପଟ୍ଟନାୟକ ପ୍ରମୁଖ କହିଛନ୍ତି ମା କାଳୀଙ୍କ ଯଥା ରୀତିନୀତି ଅନୁଯାୟୀ ଗତକାଲିର ଦୀପାବଳିର ଶୁଭ ଅବସରରେ ପୂଜାପାଠ ହୋମ ଯଜ୍ଞ ଆଦି ସହ ମା କାଳୀଙ୍କ ପୂଜାରମ୍ଭ ହୋଇଯାଇଛି. ପ୍ରତେକ ଦିନ ମଧ୍ୟରାତ୍ରରେ ଅନ୍ନପ୍ରସାଦ ମାଙ୍କୁ ଅର୍ପଣ କରାଯାଉଛି. ଏଥିସହ ପ୍ରତେକ ଦିନ ଭକ୍ତମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଉଛି. ଚଳିତ ବର୍ଷ 11 ଦିନ ଧରି ମାଙ୍କ ପୂଜା ଏଠାରେ ଅନୁଷ୍ଠିତ ହେବା ନିଶ୍ଚିତ ହୋଇଛି. ଆଗାମୀ 18 ତାରିଖ ଦିନ ମଧ୍ୟରାତ୍ରରେ ମାଙ୍କ ପୂର୍ଣ୍ଣାହୂତି ପ୍ରଦାନ ହେବ. ସେହିପରି ଆଗାମୀ 20 ତାରିଖ ସନ୍ଧ୍ୟା ସମୟରେ ମାଙ୍କ ଭସାଣି ଉତ୍ସବ ଆରମ୍ଭ ହେବା ମଧ୍ୟ ନିଶ୍ଚିତ ହୋଇଛି. ଚଳିତ ବର୍ଷର 49 ତମ କାଳୀପୂଜାକୁ ଦୃଷ୍ଟିରେ ରଖି କମିଟି ତରଫରୁ ଅତ୍ୟନ୍ତ ଜାକଯକମରେ ପୂଜାରମ୍ଭ କରାଯାଇଛି. ମା ଶ୍ୟାମାକାଳୀଙ୍କ ପୂଜାର ଦର୍ଶନ ପାଇଁ ପୂଜା ମଣ୍ଡପରେ ଭକ୍ତଙ୍କ ବିଶେଷ ସାମଗମ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ