ଦୁଃଖବନ୍ଧୁ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ହାଟଡିହି (ଓ୍ବାଇଏନଏସ) : ବିଶିଷ୍ଟ ଶିକ୍ଷାବିତ୍ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଦୁଃଖବନ୍ଧୁ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସମାରୋହ ଇଞ୍ଚୋଳଠାରେ ଶ୍ରଦ୍ଧା, ସ୍ମୃତି ଓ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ପିତୃଋଣ, ଶ୍ରାଦ୍ଧ ଓ ତର୍ପଣର ଧାର୍ମିକ, ଆଧ୍ୟାତ୍ମିକ ତଥା ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ପରେ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ଜନପ୍ରତିନିଧି, ଶୁଭେଚ୍ଛୁ, ପରିବାରବର୍ଗ ଓ ତାଙ୍କର ସହପାଠୀମାନେ ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରିବା ସହ ତାଙ୍କର ଜୀବନାଦର୍ଶ, ଶିକ୍ଷାଦାନ ପ୍ରତି ନିଷ୍ଠା ଓ ସ୍ମୃତିକୁ ସ୍ମରଣ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ଭଜନ ସନ୍ଧ୍ୟା ଆଧ୍ୟାତ୍ମିକ ପରିବେଶକୁ ଆହୁରି ଭାବମୟ କରିଥିଲା। ଜଣେ ଶିକ୍ଷକଙ୍କ ଜୀବନ କେବଳ ଶିକ୍ଷାଦାନରେ ସୀମିତ ନଥାଏ, ବରଂ ତାଙ୍କର ଆଦର୍ଶ, ମୂଲ୍ୟବୋଧ ଓ ସ୍ନେହପୂର୍ଣ୍ଣ ସ୍ମୃତି ଅନେକ ହୃଦୟରେ ଚିରଦିନ ଜୀବନ୍ତ ରହିଥାଏ ବୋଲି ଯୋଗଦେଇଥିବା ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ମାତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ