ପାରଳାରେ ଶ୍ରୀରାମଙ୍କ ମନ୍ଦିର ପୁନଃ ପ୍ରତିଷ୍ଠା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କେଉଟ ସାହି ଠାରେ ରହିଥିବା ବହୁ ପୁରାତନ ଶ୍ରୀରାମ ମନ୍ଦିରକୁ ଉନ୍ନତିକରଣ କରାଯାଇ ଆଜି ପୁନଃ ପ୍ରତିଷ୍ଠା କରାଯାଇଛି. ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ବିଗ୍ରହ ପ୍ରତିଷ୍ଠାର ଶୁଭ ଅବସରରେ ଆଜି କେଉଟ ସାହିର ଶ୍ରୀରାମ ମନ୍ଦିରକୁ ପୁନଃ ପ୍ରତିଷ୍ଠା କରାଯାଇଛି. ଏହି ମନ୍ଦିରକୁ ବିଭିନ୍ନ ଫୁଲ ଓ ତୋରଣ ଦ୍ୱାରା ସାଜସଜ୍ଜା କରାଯିବା ସହ ଶ୍ରୀରାମ ଚନ୍ଦ୍ରଙ୍କୁ ପୂଜା ପାଠ, ହୋମ ଯଜ୍ଞ ଆଦିରେ ବେଦ ମନ୍ତ୍ର ପାଠ କରାଯାଇ ମନ୍ଦିରର ପୁନଃ ପ୍ରତିଷ୍ଠା କରାଯାଇଛି. ଏହି ମନ୍ଦିରଟି କେଉଟ ସାହିର କୋଟା ସନ୍ୟାସୀଙ୍କ ଦ୍ୱାରା ବହୁ ବର୍ଷ ତଳେ ନିର୍ମାଣ ହୋଇଥିଲା. ଗତ କିଛି ମାସ ତଳେ ସ୍ବର୍ଗତ ସନ୍ୟାସୀଙ୍କ ପୁଅ କୋଟା ପ୍ରସାଦ ପୁରାତନ ମନ୍ଦିରର ଉନ୍ନତିକରଣ କରି ଆଜି ପୁନଃ ପ୍ରତିଷ୍ଠା କରିଥିଲେ. ଏହି ଅବସରରେ ମନ୍ଦିର ଠାରେ 2 ହଜାର ଉର୍ଦ୍ଧ ଭକ୍ତଙ୍କୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ